ସମ୍ରାଟ ପୃଥ୍ୱିରଜ୍ ଫିଲ୍ମକୁ ଟିକସମୁକ୍ତ କଲେ ଯୋଗୀ ସରକାର
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ଗୁରୁବାର ଲକ୍ଷ୍ନୌର ଲୋକଭବନରେ ‘ସମ୍ରାଟ ପୃଥ୍ବୀରାଜ’ ଚଳଚ୍ଚିତ୍ର ଦେଖିବା ପରେ ଏହାକୁ ଟିକସମୁକ୍ତ କରିବାକୁ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ଲୋକଙ୍କୁ ଭାରତର ଇତିହାସ ବିଷୟରେ ଅବଗତ କରାଇବ ବୋଲି ଯୋଗୀ କହିଛନ୍ତି ।
ଗୁରୁବାର ଲୋକଭବନରେ ଏହି ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ କ୍ୟାବିନେଟ ସହକର୍ମୀମାନଙ୍କ ସହ ଏହି ଫିଲ୍ମକୁ ଦେଖିଛନ୍ତି ଓ ପ୍ରଶଂସା ମଧ୍ୟ କରିଛନ୍ତି। ଏହି ଅବସରରେ ଅଭିନେତା ଅକ୍ଷୟ କୁମାର ଫିଲ୍ମର ସମସ୍ତ କଳାକାର ଓ ନିର୍ମାତାଙ୍କ ସହ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଚଳଚ୍ଚିତ୍ରକୁ ଖୁବ୍ ପ୍ରଶଂସା କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମନ୍ତ୍ରୀମଣ୍ଡଳ ସହକର୍ମୀଙ୍କ ସହ ଦିଲ୍ଲୀରେ ‘ସମ୍ରାଟ ପୃଥ୍ବୀରାଜ’ ଦେଖିଛନ୍ତି। ସେ ଏହି ଚଳଚ୍ଚିତ୍ର ଓ ଅଭିନେତା ଅକ୍ଷୟ କୁମାରଙ୍କ ପ୍ରଶଂସା କରିଥିଲେ। ଏଥିପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ରଖାଯାଇଥିଲା।
ଉଲ୍ଲେଖଯୋଗ୍ୟ, ‘ସମ୍ରାଟ ପୃଥ୍ବୀରାଜ’ ଶୁକ୍ରବାର ମୁକ୍ତିଲାଭ କରିବ। ଏହି ଫିଲ୍ମକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।
Comments are closed.