କଂସା ବାସନ ବିକ୍ରି କରୁଛନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ ନୁହେଁ ବରଂ ହଲିଉଡରେ ମଧ୍ୟ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ନିଜର କଳାକୁ ପ୍ରିୟଙ୍କା କେବଳ ଅଭିନୟ ମଧ୍ୟରେ ସୀମିତ ରଖିବାକୁ ଚାହୁଁନାହାନ୍ତି, ତେଣୁ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିଛନ୍ତି। ଯାହାର ନାମ ‘ସୋନ’ ରଖିଛନ୍ତି। ଏହାପରେ ଏବେ ପ୍ରିୟଙ୍କା ଏକ ନୂଆ କାମ ଆରମ୍ଭ କରିଛନ୍ତି। ଆଉ ଏହି କାମ ପାଇଁ ଟ୍ରୋଲର ଶିକାର ହୋଇଛନ୍ତି।

ପ୍ରିୟଙ୍କା ଚୋପ୍ରା ନିଜର ନୂଆ ଇଣ୍ଡିଆନ୍‌ ହୋମେଓ୍ଵୟର ଲାଇନଅପ୍‌ ଲଞ୍ଚ କରିଛନ୍ତି। ଯାହାର ନାମ ‘ସୋନା ହୋମ୍‌’ ରଖିଛନ୍ତି। ନିଜ ପୋଷ୍ଟରେ ପ୍ରିୟଙ୍କା ଚୋପ୍ରା ହୃଦୟକୁ ଛୁଇଁଥିବା ମେସେଜ ମଧ୍ୟ ସେୟାର କରିଛନ୍ତି। ଆଉ ଏହାର ଲଞ୍ଚ କରିବାର କିଛିଦିନ ପରେ ସୋନା ହୋମ ନିଜ ମହଙ୍ଗା ପ୍ରଡକ୍ଟ ପାଇଁ ଟ୍ରୋଲର ଶିକାର ହୋଇଛି। ଲୋକେ ପ୍ରିୟଙ୍କାଙ୍କୁ ଟ୍ରୋଲ କରୁଛନ୍ତି।

ସୋନା ହୋମର ବ୍ରାଣ୍ଡର ଅଫିସିଆଲ େଓ୍ଵବସାଇଟ ଅନୁସାରେ, ଏକ ଟେବଲ କ୍ଲଥର ଦାମ ୩୦ ହଜାରରୁ ଅଧିକ ଥିବା ବେଳେ ଚାରିଟି ଡିନର ନାପକିନ୍‌ ସେଟର ଦାମ୍‌ ୧୩,୨୮୪ ଟଙ୍କା ରହିଛି। ଗୋଟିଏ ଡିନର ପ୍ଲେଟର ଦାମ୍‌ ୪,୭୩୩ ଟଙ୍କା ରହିଥିବା ସର୍ଭିଂ ବାଓଲର ଦାମ ୭,୭୩୨ ଟଙ୍କା ରହିଛି। ଗୋଟିଏ ଚା କପ୍‌ର ଦାମ୍‌ ୫,୩୬୫ ଟଙ୍କା ରହିଥିବା ବେଳେ ଗୋଟିଏ ମଗ୍‌ର ଦାମ୍‌ ୩,୪୭୧ ଟଙ୍କା ରହିଛି। ପ୍ରିୟଙ୍କାଙ୍କ ଏହି କଲେକ୍ସନର ଦାମ୍‌ ଶୁଣି ଲୋକଙ୍କ ମୁଣ୍ଡ ବୁଲାଉଛି। କିଛି ଲୋକ ଏହାର ମଜାକ୍‌ ଉଡାଇଛନ୍ତି ମଧ୍ୟ।

ସୂଚନାଯୋଗ୍ୟ, ପ୍ରିୟଙ୍କା ଏବେ େଓ୍ଵବ ସିରିଜ ‘ସିଟାଡେଲ’ର ସୁଟିଂ ସାରିଛନ୍ତି। ଏହାଛଡା ପ୍ରିୟଙ୍କଙ୍କା ପାଖରେ ଆଲିଆ, କ୍ୟାଟ୍ରିନା ଏବଂ ଫରହାନଙ୍କ ସହିତ ଫିିଲ୍ମ ‘ଜି ଲେ ଜରା’ ରହିଛି।

Comments are closed.