ମିସନ୍ ଲାଇଫ୍’ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ଗୁଜରାଟର ଏକତା ନଗର ଅନ୍ତର୍ଗତ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ‘ମିସନ୍ ଲାଇଫ୍’ର ଶୁଭାରମ୍ଭ କରିଛନ୍ତି।
କେୱାଡ଼ିଆରେ ‘ମିସନ୍ ଲାଇଫ୍’ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜଳବାୟୁ ପରିବର୍ତ୍ତନ ସମସ୍ୟା ସର୍ବତ୍ର ଅନୁଭୂତ ହେଉଛି। ବିଶାଳ ବରଫ ଚଟାଣ ସବୁ ତରଳି ଯାଉଛି, ନଈ ଶୁଖିଯାଉଛି। ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ମୁକାବିଲା କରିବାରେ ‘ମିସନ୍ ଲାଇଫ୍’ ସାହାଯ୍ୟ କରିବ।
ଜଳବାୟୁ ପରିବର୍ତ୍ତନ ହେଉଛି ଉଭୟ ସରକାର ଅଥବା ଆନ୍ତର୍ଜାତିକ ପ୍ରତିଷ୍ଠାନଗୁଡ଼ିକ ପଦକ୍ଷେପ ଗ୍ରହଣ କରିବାକୁ ଥିବା କିଛି ଗୋଟାଏ ଯୋଜନା ସଂକ୍ରାନ୍ତ ସମସ୍ୟା ବୋଲି ଧାରଣା ସୃଷ୍ଟି ହୋଇଥିଲା। କିନ୍ତୁ, ଏବେ ଜନସାଧାରଣ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭବ କଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Comments are closed.