କରିଛନ୍ତି ପୋଷ୍ଟ ଅଫିସରେ ସ୍ମିମ୍,ଜାଣନ୍ତୁ ତାହାର ବିଷୟରେ
ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ସ୍କିମରେ ନିବେଶ କରିବା ସବୁବେଳେ ସୁରକ୍ଷିତ ବୋଲି କୁହାଯାଏ । କେବଳ ସହରାଞ୍ଚଳ ନୁହେଁ ବରଂ ଗ୍ରାମାଞ୍ଚଳରେ ମଧ୍ୟ ନିବେଶ କରିବାକୁ ଲୋକମାନେ ଭରଷା କରିଥାନ୍ତି । ଏଥିରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବା ସହ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ । ଆମେ ପୋଷ୍ଟ ଅଫିସର ଏଭଳି ଏକ ସ୍କିମ୍ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ କମ୍ ନିବେଶ ସହ ଆରମ୍ଭ କରିପାରିବେ ଏବଂ ଏହାର ଖାସ୍ କଥା ହେଲା ଏଥିରେ ଆପଣଙ୍କ ଜମା ଉପରେ ଦିଆଯାଉଥିବା ସୁଧ ଆପଣଙ୍କୁ ପ୍ରତିମାସରେ ମିଳିଯିବ ।
ଉଦାହରଣ ପାଇଁ ଆପଣ ଯଦି ମାସର ପ୍ରଥମ ତାରିଖରେ ଏହି ସ୍କିମରେ ୨୦୦୦ ଟଙ୍କା ନିବେଶ କରୁଛନ୍ତି ତେବେ ମାସ ଶେଷରେ ଆପଣଙ୍କୁ ଆପଣଙ୍କ ନିବେଶର ସୁଧ ମିଳିଯିବ । ଏହିଭଳି ପ୍ରତିମାସରେ ଆପଣଙ୍କ ଜମା ରାଶି ବଢ଼ିବା ସହ ଏହା ଉପରେ ମିଳୁଥିବା ସୁଧ ମଧ୍ୟ ବଢ଼ିବ । ସୁଧ ହାର ବାର୍ଷିକ ସୁଧ ହାର ହିସାବରେ ରହିବ । ଏହି ସ୍କିମ ହେଉଛି ପୋଷ୍ଟ ଅଫିସ୍ ର ମାସିକିଆ ସ୍କିମ (ଏମଆଇଏସ) ।
ଏମଆଇଏସରେ ଆପଣ ୧୦୦୦ ଟଙ୍କାରୁ ଆପଣଙ୍କ ନିବେଶ ଆରମ୍ଭ କରିପାରିବେ । ଏହାପରେ ପ୍ରତିମାସରେ ଏଥିରେ ଆପଣଙ୍କୁ ଟଙ୍କା ଯୋଡ଼ିବାକୁ ପଡ଼ିବ । ଏହି ସ୍କିମରେ ଜଣେ ବ୍ୟକ୍ତି ପ୍ରାୟ ୪.୫ ଲକ୍ଷ ଟଙ୍କା ଜମା କରିପାରିବେ । ସର୍ବାଧିକ ୫ ବର୍ଷ ପାଇଁ ଏହି ସ୍କିମରେ ନିବେଶ କରିପାରିବେ ।
Comments are closed.