୨୪ଘଣ୍ଟା ବନ୍ଦ ରହିବ ପେଟ୍ରୋଲ ପମ୍ପ

ଆଜି ଓ ଆସନ୍ତା କାଲି ସନ୍ଧ୍ୟା ୬ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ।  ଆଜି ଠାରୁ ପେଟ୍ରୋଲିୟମ ଡ଼ିଲରସ ଆସୋସିଏସନ ତରଫରୁ ଏହି ଧର୍ମଘଟ ଡାକରା ଦେଇଛି । ଟ୍ୟାକ୍ସ କମାଇବା ଦ୍ଵାରା କ୍ଷତି ସହୁଛନ୍ତି  ଡିଲରସ । ତେଣୁ ତେଲ କମ୍ପାନୀ ମାନଙ୍କ ଠାରୁ କ୍ଷତି ପୁରାଣ ଦାବି କରି ଏହି ବନ୍ଦ ଡାକରା ଦେଇଛନ୍ତି ପେଟ୍ରୋଲିୟମ ଡ଼ିଲରସ ଆସୋସିଏସନ।

ଏହି ବନ୍ଦକୁ ଇଣ୍ଡିଆନ ଓଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ସମର୍ଥନ କରିଛନ୍ତି। ନିକଟରେ କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କଲେ କିନ୍ତୁ ଦର କମ୍ କରିବା ବେଳେ ପେଟ୍ରୋଲ ପମ୍ପ ମାଲିକଙ୍କ କଥା ଚିନ୍ତା କରିନାହାନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା କ୍ଷତି ସହିବାକୁ ପଡୁଛି ବୋଲି ରାଜ୍ୟ ପେଟ୍ରେଲିୟମ ସଂଘର ସଭାପତି ଶଙ୍କର ସାହୁ କହିଛନ୍ତି । ତେଣୁ ଏବେ ଡିଲର କମିଶନକୁ ନେଇ ଚିନ୍ତାରେ ପେଟ୍ରୋଲ ପମ୍ପ ମାଲିକ ରହିଛନ୍ତି ।

ସଂଘ ତେଲ ଦର କମ୍ ହେବାକୁ ନେଇ ସ୍ୱାଗତ କରିଛି। ଏହା ଦ୍ୱାରା ଦର ଦାମ କମିବ ବୋଲି କହିଛି । ହେଲେ ସରକାର ଏପରି ନିଷ୍ପତ୍ତି ନେବା ବେଳେ ତାଙ୍କମାନଙ୍କ ସହ ଆଲୋଚନା ନକରିବା କିମ୍ବା ପେଟ୍ରୋଲ ପମ୍ପ ମାଲିକଙ୍କ କ୍ଷତି ଉପରେ ଧ୍ୟାନ ଦେବାର ଥିଲା ବୋଲି କହିଛନ୍ତି ଓଡ଼ିଶା ପେଟ୍ରୋଲିୟମ ସଂଘର ସଭାପତି। ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ସାରା ଦେଶରେ ଡିଲର କମିଶନକୁ ନେଇ ଏବେ ଚିନ୍ତାରେ ରହିଛନ୍ତି ତେଲ କମ୍ପାନୀ ।

Comments are closed.