ଖୁସି ଖବର। କମିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଦର ଉପରୁ ଏକ୍ସାଇଡ୍ ଡ୍ୟୁଟି କମାଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଦର ୯ ଟଙ୍କା ୫୦ ପଇସା ଓ ଡିଜେଲ ଦର ୭ ଟଙ୍କା କମିଛି। ତୈଳ ଦର କମିଥିବା ନେଇ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଟ୍ଵିଟ୍ ଯୋଗେ ଦେଶ ବାସୀଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏହି ତେଲ ଦର କମିବା ପରେ ଦେଶବାସୀ ଟିକେ ଆଶ୍ୱସ୍ତ ହୋଇଛନ୍ତି। ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବ ନୂଆ ଦର।
Comments are closed.