କଂଗ୍ରେସ ମୁଖିଆଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା । ଦଳର ସାଂଗଠନିକ ସ୍ଥିତିକୁ ନେଇ ଆଲୋଚନା କରିବା ସହ ନବ ସଂକଳ୍ପ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଉପରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ । କେବଳ ସେତିକି ନୁହେଁ, ପିସିସି ସଭାପତି ତାଙ୍କ ନୂଆ ଟିମ୍ ଗଠନ ନେଇ ମଧ୍ୟ ଆଲୋଚନା କରିବେ । ଦଳରେ ଶୃଙ୍ଖଳା ଓ ୨୦୨୪ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ନେଇ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ ପିସିସି ସଭାପତି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧିୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ । ଏହି ଗସ୍ତ ସମୟରେ ପିସିସି ସଭାପତିଙ୍କ ସହ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଓ ସହ ପ୍ରଭାରୀ ଉପସ୍ଥିତ ରହିବେ

ସୂଚନା ଯୋଗ୍ୟ ଯେ, ନିକଟ ଅତୀତରେ ଶରତ ପଟ୍ଟନାୟକଙ୍କୁ ନୂଆ ପିସିସି ସଭାପତିଭାବେ ନିଯୁକ୍ତ କରାଯାଇଛି । ଶରତ ପଟ୍ଟନାୟକ ବଲାଙ୍ଗୀରରୁ ଦୁଇ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଛନ୍ତି । ଏଥିସହତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ଶରତ ପଟ୍ଟନାୟକ ।

Comments are closed.