କାଷ୍ଟିଂ କାଉଚ ମାମଲାରେ ପପୁଙ୍କୁ କ୍ଲିନ୍‌ଚିଟ୍‌

ଭୁବନେଶ୍ୱର : ଦୀର୍ଘ ୬ ବର୍ଷ ପରେ ଆଶ୍ୱସ୍ତି ପାଇଲେ ଓଲିଉଡର ହାସ୍ୟାଭିନେତା ପପୁ ପମ୍‌ପମ୍‌। ଭୁବନେଶ୍ୱରର ଜନୈକା ନାବାଳିକା ଆଣିଥିବା କାଷ୍ଟିଂ କାଉଚ ମାମଲାରେ ଫସି ଗିରଫ ହୋଇଥିବା ପପୁ ପମ୍‌ପପମ୍‌ ପୋକ୍ସୋ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।

ପପୁ ପମ୍‌ପମ୍‌ ୨୦୧୬ ମସିହାରେ ନିଜ କ୍ୟାରିଅର୍‌ର ପିକ୍‌ରେ ଥିବା ବେଳେ ତଥା ରାଜନୈତିକ ଜୀବନରେ ଏଣ୍ଟ୍ରି କରୁଥିବା ବେଳେ ତାଙ୍କ ନାମରେ ଆସିଥିଲା ଏହି ସାଂଘାତିକ ଅଭିଯୋଗ। ଫିଲ୍ମରେ ଏଣ୍ଟ୍ରି କରାଇଦେବାକୁ କହି ପପୁ ପମ୍‌ପମ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ନାବାଳିକା। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Comments are closed.