ଗୁପଚୁପ ପାଇଁ ହତ୍ୟା
କାମାକ୍ଷାନଗର : ଗୁପ୍ଚୁପ୍ ଖାଇ ବାକି ଟଙ୍କା ଦେଇ ନ ଥିବାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ଗୁପ୍ଚୁପ୍ ବେପାରୀ ଛୁରୀ ଭୁଷି ଦେବାରୁ ଘଟଣାସ୍ଥଳରେ ଆଖି ବୁଜିଲେ ଜଣେ ଯୁବକ । ଏହି ହତ୍ୟାକାଣ୍ଡ ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗାଁରେ ଘଟିଛି। ମୃତକ ହେଲେ ପାଳସାହି ଗାଁର ବିଭୂତି ସାହୁ । ଅଭିଯୁକ୍ତ ଗୁପ୍ଚୁପ୍ ବେପାରୀ ସେହି ଗାଁର ଜଗବନ୍ଧୁ ସାହୁ।
ଜଗବନ୍ଧୁ ପ୍ରତିଦିନ ସନ୍ଧ୍ୟା ସମୟରେ ଗାଁରେ ଗୁପ୍ଚୁପ୍ ବେପାର କରନ୍ତି। ଗୁପ୍ଚୁପ୍ ବିକ୍ରି କରି ଗତକାଲି ରାତି ପ୍ରାୟ ୯ଟା ବେଳେ ସେ ଘରକୁ ଫେରୁଥିବା ବେଳେ ବିଭୂତି ତାଙ୍କୁ ଅଟକାଇ ଗୁପ୍ଚୁପ୍ ଦେବାକୁ କହିଥିଲେ । ତେବେ ପ୍ରଥମେ ବକେୟା ଟଙ୍କା ଦେବାକୁ ଜଗବନ୍ଧୁ ତାଙ୍କୁ କହିଥିଲେ। ମାତ୍ର ବିଭୂତି ବାକି ଟଙ୍କା ନଦେଇ ଗୁପ୍ଚୁପ୍ ଖାଇବାକୁ ଅଡ଼ି ବସିଥିଲେ। କିନ୍ତୁ ଜଗବନ୍ଧୁ ତାଙ୍କୁ ଗୁପ୍ଚୁପ୍ ଦେବାକୁ ମନା କରି ଦେଇଥିଲେ।ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଛାନଭିନ କରିଛି
ଏହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ତାହା କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା। କଥା କଟାକଟି ବେଳେ ଉତ୍ତ୍ୟକ୍ତ ଗୁପ୍ଚୁପ୍ ବେପାରୀ ଜଗବନ୍ଧୁ ସାହୁ ହଠାତ୍ ବିଭୂତିଙ୍କୁ ଛୁରୀ ଭୁଷି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ବିଭୂତିଙ୍କର ମୃତ୍ୟୁ ହୋଇଥିଲା ।
Comments are closed.