ଗୁପଚୁପ ଖାଉଛନ୍ତି କି ସାବଧାନ ହୋଇଯାଆନ୍ତୁ
କଟକ :ଛୋଟ ହେଉ କିମ୍ବା ବଡ ସମସ୍ତଙ୍କର ପ୍ରିୟ ଖାଦ୍ୟ ହେଲା ଗୁପଚୁପ କିନ୍ତୁ ଜାଣନ୍ତି କେମିତି ପ୍ରସ୍ତୁତ ହୁଏ। ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା ହେଉ କି ଘିଅ, ଏମିତି କି ସିମେଣ୍ଟ ପର୍ଯ୍ୟନ୍ତ ନକଲି ଆକୁ ନକଲି । ସେହିପରି ଦୂଷିତ ଖାଦ୍ୟ ବିକ୍ରିରେ ବି ଆଗରେ କହିଲେ ଭୁଲ ହେବ ନାହିଁ ।
ଏଠି ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି, ଏମିତି ଦୋ-ନମ୍ବରୀ କାମ ପ୍ରଶାସନ ପାଇଁ ବି ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦୂଷିତ ପରିବେଶରେ ଗୁପଚୁପ ପ୍ରସ୍ତୁତି ବେଳେ ସିଏମସି ଚଢାଉ କରିଛି । ଶଙ୍କରପୁର ଅଞ୍ଚଳରେ ଥିବା ଗୁପଚୁପ ପଟିରେ ଚଢାଉ କରିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ଟିମ୍ ।
ଚଢାଉ ପରେ ଗୁପଚୁପ ପଟି ଅଞ୍ଚଳ ଏକ ପ୍ରକାର ଜନଶୂନ୍ୟ ହୋଇଯାଇଛି । ବହୁ ଲୋକ ନିଜ ଝୁମ୍ପୁଡି ଛାଡି କେଉଁ ଆଡେ ଚାଲିଯାଇଛନ୍ତି । କିଛି ଝୁମ୍ପୁଡିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳୁଛି । ଚଢାଉ ବେଳେ ଗୁପଚୁପ ଗୁଡିକ ତଳେ ପଟିରେ ଥୁଆ ହୋଇଥିବା ବେଳେ ଏହା ଉପରେ ଜରି ଢଙ୍କା ଯାଇଥିବା ଦେଖିବାକୁ ମିଳିଥିଲା । ଯାଞ୍ଚ ପରେ ପ୍ରସ୍ତୁତ ଗୁପଚୁପ, ନିମ୍ନମାନର ଜଣାପଡିବା ପରେ ସିଏମସି କର୍ମଚାରୀ ଏହାକୁ ଗାଡିରେ ଭରି ନେଇ ଯାଇଛନ୍ତି ।
Comments are closed.