ଆମର କୃଷି ପରମ୍ପରା ଦେଶ ଭଳି ପ୍ରାଚୀନ: ମୋଦି

ଶନିବାର ଦିଲ୍ଲୀରେ ଅନୁଷ୍ଠିତ ୩୨ତମ ଆନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କୃଷି ଅର୍ଥନୀତିଜ୍ଞଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ୬୫ ବର୍ଷ ପରେ ଭାରତରେ ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଉଛି, ଯାହାକୁ ଦେଖି ସେ ବହୁତ ଖୁସି ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସ୍ବାଗତ କରିଛନ୍ତି। ସେ କହିଥିଲେ ଯେ କୃଷି ସମ୍ବନ୍ଧୀୟ ଆମର ପରମ୍ପରା ଆମ ଦେଶ ଭଳି ପ୍ରାଚୀନ।

 

ସମସ୍ତଙ୍କୁ ସ୍ବାଗତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୬୫ବର୍ଷ ପରେ ଦେଶରେ ଏଭଳି ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିବାରୁ ମୁଁ ବହୁତ ଖୁସି। ଆପଣମାନେ ଏହି ବିଶ୍ୱର ବିଭିନ୍ନ ଦେଶରୁ ଏଠାକୁ ଆସିଛନ୍ତି। ମୁଁ ୧୨କୋଟି ଭାରତୀୟ କୃଷକ, ୩ କୋଟି ଭାରତୀୟ ମହିଳା କୃଷକ ଏବଂ ୩କୋଟି ମତ୍ସ୍ୟଜୀବୀଙ୍କ ତରଫରୁ ଆପଣଙ୍କୁ ସ୍ବାଗତ କରୁଛି। ଆଜି ଆପଣ ଏପରି ଏକ ଦେଶରେ ଅଛନ୍ତି ଯେଉଁଠାରେ ୫୫ କୋଟି ପ୍ରାଣୀ ବାସ କରନ୍ତି। ଆପଣ ସମସ୍ତଙ୍କୁ କୃଷି ଏବଂ ପଶୁପ୍ରେମୀ ଦେଶକୁ ସ୍ବାଗତ। ସେ ଆହୁରି ମଧ୍ୟ କହିଛନ୍ତି, ଖାଦ୍ୟ ଏବଂ କୃଷି ସମ୍ବନ୍ଧରେ ଆମର ପରମ୍ପରା ଏବଂ ଅଭିଜ୍ଞତା ଆମ ଦେଶ ଭଳି ପ୍ରାଚୀନ। ଭାରତରେ କୃଷି ପରମ୍ପରାରେ ବିଜ୍ଞାନକୁ ପ୍ରାଧାନ୍ୟ ଦିଆଯାଇଛି।

Comments are closed.