କାହାକୁ କରିବେ ବିରୋଧୀ ରାଷ୍ଟ୍ରପତି ପାର୍ଥି
କିଏ ହେବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ । ଦେଶର ସର୍ବୋଚ୍ଚ ପଦବୀ ପାଇଁ କାହାକୁ କରିବେ ପ୍ରାର୍ଥୀ ସେଥିପାଇଁ ଲାଗି ପଡ଼ିଛନ୍ତି ବିରୋଧୀ ଦଳ । ଆଜି ଏନସିପି ନେତା ଶରଦ ପାୱାରଙ୍କ ଘରେ ବିରୋଧୀ ଦଳଙ୍କ ବୈଠକ ହୋଇଛି । ଏଥିରେ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଡି. ରାଜା, ପ୍ରଫୁଲ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଟିଏମସି ଯଶୱନ୍ତ ସିହ୍ନାଙ୍କ ନାଁ ପ୍ରସ୍ତାବ ରଖିଛି ।
ସୂଚନା ଅନୁସାରେ ୧୯ ବିରୋଧୀ ଦଳ ତାଙ୍କ ନାଁ ଉପରେ ସହମତି ପ୍ରକାଶ କରିଛନ୍ତି । ତେଣୁ ଆଜି ବିରୋଧୀ ଦଳ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରାଯାଇପାରେ । ପୂର୍ବରୁ ଶରଦ ପାୱାର, ଫାରୁଖ ଅବଦୁଲ୍ଲା ଓ ଗୋପାଳକୃଷ୍ଣ ଗାନ୍ଧୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ମନା କରିସାରିଛନ୍ତି । ପ୍ରଥମେ ଶରଦ ପାୱାର, ଫାରୁଖ ଅବଦୁଲ୍ଲା ପ୍ରାର୍ଥୀ ହେବା ପାଇଁ ମନା କରିଥିଲେ । ପରେ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାଁ ଚର୍ଚ୍ଚା ହେଉଥିଲା । ତେବେ ସେ ଏହି ପ୍ରାର୍ଥୀ ଦୌଡରେ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ ।
Comments are closed.