ଆଜି ଓଡିଶା ବନ୍ଦ
ଭୁବନେଶ୍ବର: ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି। ତେବେ ରାଜ୍ୟର ଅଧିକାଂଶ ସ୍ଥାନରେ ବସ୍ ସମେତ ଅନ୍ୟାନ୍ୟ ଯାନବାହାନ ଚଳାଚଳ ସକାଳେ ସ୍ବାଭାବିକ ଥିବାର ସୂଚନା ରହିଛି। କଟକ-ଭୁବନେଶ୍ବରରେ ମୋ ବସ୍ ଚଳାଚଳ କାରୁଛି। ତେବେ ଆଜି ସକାଳେ ଚାଲୁଥିବା ବସଗୁଡ଼ିକରେ ବିଶେଷ ଯାତ୍ରୀ ହେଉନଥିବା ପରିଲକ୍ଷିତ ହେଉଛି।ଏଯାଏ କୌଣସି ସ୍ଥାନରେ ରାସ୍ତା ଅବରୋଧ ବା ପିକେଟିଂର ଖବର ଆସିନାହିଁ।ଏଣେ ବନ୍ଦ ପାଳନ ବେଳେ ଅପ୍ରୀତିକର ପରିସ୍ଥିତ ଯେପରି ନ ଘଟେ ସେଥିପ୍ରତି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଧିକାଂଶ ବଡ଼ବଡ଼ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ଏହି ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ପକ୍ଷରୁ ଅବଶ୍ୟ ସମର୍ଥନ ଦିଆଯାଇଛି। ରବିବାର ଦିନ କଂଗ୍ରେସ ସମର୍ଥନ ଦେଇଥିବା ବେଳେ ସୋମବାର ଦିନ ସମୃଦ୍ଧ ଓଡ଼ିଶା ଯୁବ ବାହିନୀ ଭଳି ଅନେକ ସଂଗନ ସମର୍ଥନ ଜଣାଇଛନ୍ତି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ହେବାକୁ ଥିବା ଏହି ବନ୍ଦକୁ ଜୋରଦାର କରାଯିବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନୱର ଅଲ୍ଲୀ କହିଛନ୍ତି। ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତା ଠାରୁ ଆରମ୍ଭ କରି ପ୍ରତି କଲେଜ୍ ସମ୍ମୁଖରେ ଦୃଢ଼ ପ୍ରତିବାଦ କରାଯିବ। ବନ୍ଦକୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।
Comments are closed.