ଓଡ଼ିଶାରେ ୩୭୪୦ ବଂଲାଦେଶୀ
ଭୁବନେଶ୍ୱର : ଓଡ଼ିଶାକୁ ୩୭୪୦ ବଂଲାଦେଶୀ ଅନୁପ୍ରବେଶ କରିଛନ୍ତି। ଅନୁପ୍ରବେଶକାରୀମାନେ ବରଗଡ଼, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମାଲକାନଗିରି, ନବରଙ୍ଗପୁର ଓ ଏପରିକି ରାଜଧାନୀ ଭୁବନେଶ୍ୱରରେ ରହୁଛନ୍ତି। ୧୭୧୧ ବଂଲାଦେଶୀଙ୍କୁ ଦେଶାନ୍ତର ନୋଟିସ୍ ହୋଇଛି। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଦେଶାନ୍ତର କରାଯାଇଛି। ଆଜି ବିଧାନସଭା ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।
ରାଜ୍ୟରେ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ସଂଖ୍ୟା କେତେରେ ପହଞ୍ଚିଛି? ଏହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ନିର୍ଦ୍ଦେଶନାନାମା ଆସିଛି କି? ଏମାନେ ରାଜ୍ୟର କେଉଁ କେଉଁ ଅଞ୍ଚଳରେ ଅଛନ୍ତି? ଖାସ କରି ରାଜଧାନୀ ଭୁବନେଶ୍ୱରରେ କେତେ ଅଛନ୍ତି? ଚିହ୍ନଟ ବାଂଲାଦେଶୀଙ୍କୁ ଦେଶାନ୍ତର ନୋଟିସ ହୋଇଛି କି? କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଉପରୋକ୍ତ ଉତ୍ତର ରଖିଛନ୍ତି।
Comments are closed.