ଆଉ ନାହାନ୍ତି ଝୁନ୍‌ଝୁନ୍‌ବାଲା

ନୂଆଦିଲ୍ଲୀ: ଆଖିବୁଜିଲେ ଶେଆର ମାର୍କେଟ୍‌ର କିଙ୍ଗ ରାକେଶ ଝୁନ୍‌ଝୁନ୍‌ବାଲା। ୬୨ ବର୍ଷ ବୟସରେ ଶେଆର ମାର୍କେଟ୍‌ର ବିଗ୍‌ବୁଲ୍‌ କୁହାଯାଉଥିବା ରାକେଶ ଝୁନ୍‌ଝୁନ୍‌ବାଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସାକଳୁ ତାଙ୍କ ଦେହାନ୍ତ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ଗତ କିଛି ଦିନ ପୂର୍ବରୁ ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି । ସେହିଭଳି ଦେଶରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ରାକେଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

Comments are closed.