ଇସ୍ତଫା ପରେ ତେଜସ୍ଵୀଙ୍କୁ ଭେଟିଛନ୍ତି ନୀତିଶ
ପାଟନା: ବିଜେପି ସହ ସମ୍ପର୍କ ତୁଟାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନିଜେ ସ୍ପଷ୍ଟ କରିଛନ୍ତି।
ସେ ଇସ୍ତଫା ଦେବା ପରେ ସିଧା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘରେ ପହଞ୍ଚି ଯାଇଛନ୍ତି। ରାଜ୍ୟରେ ନୀତୀଶ କୁମାର ଆରଜେଡି ସହ ମିଶି ସରକାର ଗଠନ କରିବେ। ତେଣୁ ଏ ସମ୍ପର୍କରେ ଉଭୟ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ ନୀତୀଶ କୁମାର ଓ ଜେଜସ୍ୱୀ ଯାଦବ ଏକାଠି ପୁଣି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ଦଳର ଆଉ କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ସେମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଥିବା କୁହାଯାଉଛି।
ରାଜନୀତିକ ହଟଚମଟ: ଦିନକରେ କରୋନାରୁ ସୁସ୍ଥ ହୋଇଗଲେ ବାଚସ୍ପତି!
ପାଟନା: ଦିନକ ଭିତରେ କରୋନା ପଜିଟିଭରୁ ନେଗେଟିଭ ହୋଇଯାଇଛନ୍ତି ବିହାର ବିଧାନସଭାର ବାଚସ୍ପତି ତଥା ବିଜେପି ନେତା ବିଜୟ କୁମାର…
ତେବେ ଏହାପୂର୍ବରୁ ମଧ୍ୟ ଉଭୟ ନେତା ଗୁପ୍ତ ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଉଭୟେ ସରକାର ଗଠନ ପାଇଁ କିଛି ସର୍ତ୍ତ ରଖିଛନ୍ତି। ସରକାର ଗଠନ ପରେ ଜେଡିୟୁ ଓ ଆରଜେଡିକୁ କ’ଣ ସବୁ ମିଳିବ, ସେନେଇ ଗୋଟିଏ ବୁଝାମଣା ହୋଇଛି।
କ’ଣ ହୋଇଛି ବୁଝାମଣା
୧-ଆରଜେଡି ସମର୍ଥନରେ ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
୨- ଆରଜେଡି ନେତା ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ସହ ଗୃହ ବିଭାଗ ଦାୟିତ୍ୱରେ ରହିବେ।
୩-ମନ୍ତ୍ରୀମାନଙ୍କ ସବୁ କାମ ନୀତୀଶ କୁମାରଙ୍କ ଇଚ୍ଛାନୁସାରେ କରାଯିବ।
୪-ବିଧାନସଭାଅନ୍ୟପକ୍ଷରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟ ନୀତୀଶ କୁମାରଙ୍କ ନୂଆ ସରକାରରେ ସାମିଲ ହେବାକୁ ଚାହୁଁଛନ୍ତି। ତେଣୁ ଆଜି ସନ୍ଧ୍ୟାରେ ତେଜସ୍ୱୀ ଓ ନୀତୀଶ କୁମାର ସେମାନଙ୍କ ସହ ବୈଠକ କରିପାରନ୍ତି। ଏହାପୂର୍ବରୁ କଂଗ୍ରେସର ବିଧାୟକ ଦଳ ବୈଠକ ମଧ୍ୟ ବସିବ। ବିହାର ଦାୟିତ୍ୱରେ ଥିବା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ସ୍ଥିତି ଉପରେ ନଜର ରଖିଛନ୍ତି। ତାଙ୍କ ନିଷ୍ପତ୍ତି ଅନୁସାରେ ଦଳର ବିଧାୟକମାନେ ନିଜର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।
୨୦୧୫ରେ ନୀତୀଶ କୁମାର ବିଜେପି ସହ ଦୀର୍ଘ ଦିନର ସମ୍ପର୍କଚ୍ଛିନ୍ନ କରି ତେଜସ୍ୱୀ ଓ କଂଗ୍ରେସ ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲେ। ହେଲେ ୨୦୧୭ରେ ସେ କଂଗ୍ରେସ ଓ ଆରଜେଡି ହାତ ଛାଡ଼ି ଦେଇଥିଲେ। ଏଥିସହ ପୁଣି ବିଜେପି ସହ ସାମିଲ ହୋଇଥିଲେ। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ମିଳିତ ଭାବେ ଲଢ଼ିବା ସହ ସରକାର ମଧ୍ୟ ଗଠନ କରିଥିଲେ। ହେଲେ ଏବେ ପୁଣିଥରେ ନୀତୀଶ କୁମାର ବିଜେପିକୁ ଛାଡ଼ି ଆରଜେଡି ସହ ହାତ ମିଶାଇଛନ୍ତି।
Comments are closed.