ଦେଶରେ ହେବ ଇଲେକ୍ଟ୍ରି ହାଇୱେ
ନୂଆଦିଲ୍ଲୀ :ଦେଶ ଦିନକୁ ଦିନ ଉନ୍ନତି କରିବା ସହିତ ଟେକ୍ନୋଲଜି ଫିଲ୍ଡରେ ମଧ୍ୟ ଏହା ଆଗଉଛି। ଏମିତିକି ବର୍ତ୍ତମାନ ଟ୍ରାନ୍ସପୋର୍ଟରେ ମଧ୍ୟ ଯୋଡ଼ି ହୋଇଛି ଏହି ଟେକ୍ନୋଲଜି। ଆପଣ ଜାଣି ଖୁସି ହେବେ ଯେ ବର୍ତ୍ତମାନ ଦେଶର ଜାତୀୟ ରାଜପଥ ହେବାକୁ ଯାଉଛି ଇଲେକ୍ଟ୍ରି ହାଇୱେ। ଗୋଟିଏ ପଟେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ୬ ଏୟାରବ୍ୟାଗ ଏବଂ ଇଣ୍ଡିଆ ଏନସିଏପି ପରୀକ୍ଷା ଭଳି ନିୟମକୁ ସବୁଜ ସଙ୍କେତ ଦେଇଛନ୍ତି। ଅନ୍ୟପକ୍ଷରେ ସମଗ୍ର ଦେଶରେ ଉନ୍ନତ ରାଜପଥ ନିର୍ମାଣ କରାଯାଉଛି। ନିତିନ ଗଡକରୀ ଏପରି ଏକ ଚମତ୍କାର କାର୍ଯ୍ୟ କରିବାକୁ ଯାଉଛନ୍ତି, ଲୋକମାନେ ବହୁ ଅର୍ଥ ମଧ୍ୟ ସଞ୍ଚୟ କରିବେ। ଏମିତିକି ଆପଣ ଗାଡ଼ି ଚଲାଉଥିବା ସମୟରେ ମଧ୍ୟ ରାସ୍ତାରେ ଗାଡି ଚାର୍ଜ କରିପାରିବେ। କାରଣ NH ରେ ହେବାକୁ ଯାଉଛି ଇଲେକ୍ଟ୍ରି ରାସ୍ତା। ତେବେ ଆସନ୍ତୁ ଜାଣିବା ଏହି ବୈଦ୍ୟୁତିକ ରାଜପଥ କ’ଣ? ଆପଣଙ୍କ କାର ଏବଂ କାର ଯାତ୍ରାକୁ ସହଜ ଏବଂ ନିରାପଦ କରିବାକୁ ସରକାର ଦ୍ରୁତ ଗତିରେ ଜାତୀୟ ରାଜପଥ ପାଇଁ କାର୍ଯ୍ୟ କରୁଛନ୍ତି।
ବର୍ତ୍ତମାନ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ହାଇଡ୍ରୋଲିକ୍ ଟ୍ରେଲର ମାଲିକ ସଂଘର ଏକ କାର୍ଯ୍ୟକ୍ରମରେ ନିତିନ ଗଡକରୀ କହିଛନ୍ତି ଯେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଏକ ବୈଦ୍ୟୁତିକ ରାଜପଥ ନିର୍ମାଣ କରିବାକୁ ସରକାର ଯୋଜନା କରୁଛନ୍ତି। ଏହି ରାଜପଥରେ ଟ୍ରଲି ବସ୍ ଏବଂ ଟ୍ରଲି ଟ୍ରକ୍ ମଧ୍ୟ ଚଲାଯାଇପାରିବ ବୋଲି ସେ କହିଛନ୍ତି।
ତେବେ ସାଧାରଣ ରାଜପଥଠାରୁ ଏହା କିପରି ଭିନ୍ନ ରହିବ ଆସନ୍ତୁ ଜାଣିବା।
ବୈଦ୍ୟୁତିକ ରାଜପଥ କ’ଣ?
ଯେଉଁ ରାଜପଥ ଉପରେ ବୈଦ୍ୟୁତିକ ଯାନ ଚାଲିବ ତାକୁ ହିଁ ଇଲେକ୍ଟ୍ରିକ ହାଇୱେ କୁହାଯାଏ। କିଛି ସ୍ଵତନ୍ତ୍ର ବୈଦୁତିକ ଯାନ ଚଳାଇବା ପାଇଁ ଏହି ରାଜପଥରେ ବୈଦ୍ୟୁତିକ ତାରଗୁଡ଼ିକ ସ୍ଥାପନ କରାଯାଇଛି। ଆପଣ ନିଶ୍ଚିତ ଭାବରେ ଟ୍ରେନ ଉପରେ ଇଲେକ୍ଟ୍ରିକ୍ ତାର ଦେଖିଥିବେ। ଏହି ତାର ଗୁଡ଼ିକ କିଛି ଆର୍ମ ମାଧ୍ୟମରେ ଟ୍ରେନର ଇଞ୍ଜିନ ସହିତ ସଂଯୁକ୍ତ, ଯେଉଁଥିପାଇଁ ଟୋଟାଲ ଟ୍ରେନ୍ ବିଦ୍ୟୁତ୍ ପାଇଥାଏ।
Comments are closed.