ପୁଣି ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ପୁଣି ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ସରକାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେ କେସିଆର। ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇଏସବି)ର ୨୦ବର୍ଷ ପୂର୍ତ୍ତି ଅବସରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହାଇଦ୍ରାବାଦରେ ପହଞ୍ଚିଥିଲେ। କିନ୍ତୁ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ ପହଞ୍ଚି ନଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏହା ପୂର୍ବରୁ ମଧ୍ୟ ସେ ଏଭଳି କରି ସମାଲୋଚନାର ଶିକାର ‌ହୋଇଥିଲେ।

ଗତ ଫେବୃଆରୀରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିର ଲୋକାର୍ପଣ ଲାଗି ତେଲେଙ୍ଗାନା ଗସ୍ତ କରିଥିବା ବେଳେ ସ୍ୱାଗତ ପାଇଁ କେ.ସି.ଆର ଆସିନଥିଲେ। ଏଥିଲାଗି ଅସୁସ୍ଥତାର ବାହାନା କରିଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀ ଇଣ୍ଡିଆନ ସ୍କୁଲ ଅଫ ବିଜନେସ୍( ଆଇଏସବି)ର ୨୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହାଇଦ୍ରାବାଦରେ ପହଞ୍ଚିଥିବା ବେଳେ କେ.ସି.ଆର ବେଙ୍ଗାଲୁରୁ ଚାଲିଯାଥିଲେ। ସେଠାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡାଙ୍କୁ ଭେଟିଛନ୍ତି। ବେଙ୍ଗାଲୁରୁ ଗସ୍ତରେ କେସିଆର ଦେବଗୌଡାଙ୍କ ବାସଭବନରେ ବୈଠକ କରିଥିଲେ। ଦେବଗୌଡାଙ୍କ ସହ ସାକ୍ଷାତ ଆଲୋଚନା ପରେ କେ.ସି.ଆର ଗଣମାଧ୍ୟମକୁ ଭେଟିଥିଲେ।

Comments are closed.