ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ମା

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀଙ୍କ ଡାକରା ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି ତାଙ୍କ ମା। ଚଳିତ ଜୁନ୍‌ରେ ଶହେ ବର୍ଷରେ ପଦାର୍ପଣ କରିଥିବା ମୋଦିଙ୍କ ମା’ ହୀରବା ମୋଦି ଶନିବାର ଗୁଜରାଟରେ ଅହମ୍ମଦାବାଦର ଗାନ୍ଧିନଗରରେ ଜାତୀୟ ପତାକା ବଣ୍ଟନ କରିଛନ୍ତି। ତାଙ୍କ ବାସଭବନ ନିକଟରେ କିଛି ସ୍କୁଲ ପିଲାଙ୍କୁ ଜାତୀୟ ପତାକା ବଣ୍ଟନ କରିଥିଲେ। ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତିନି ଦିନିଆ ହର ଘର ତିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର ରାଜଧାନୀର ଶିଶୁ ବିଶ୍ୱବିଦ୍ୟାଳୟରେ ସେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପତାକା ଉତ୍ତୋଳନ କରିଥିଲେ। ଏହି ଅଭିଯାନରେ ସାମିଲ ହୋଇ ହୀରବା ମୋଦି ତାଙ୍କ ବାସଭବନରେ ପିଲାମାନଙ୍କୁ ଜାତୀୟ ପତାକା ବଣ୍ଟନ କରିଥିଲେ ।ଏଥିସହ ପିଲାମାନଙ୍କ ଗହଣରେ ସେ ଜାତୀୟ ପତାକା ଉଡ଼ାଇଥିଲେ ।

ହୀରବା ପ୍ରଧାନମନ୍ତ୍ରୀଙ୍କ ସାନଭାଇ ସାନଭାଇ ପଙ୍କଜ ମୋଦିଙ୍କ ସହ ରୁହନ୍ତି। ଚଗୁଜୁରାଟର ବିଭିନ୍ନ ସ୍ଥାନରେ ବିଜେପି ବିଧାୟକ ଏବଂ ମନ୍ତ୍ରୀମାନେ ତ୍ରିରଙ୍ଗା ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ଏହି ଅବସରେ ବିଭିନ୍ନ ସ୍ଥାନରେ ରାଲି ମଧ୍ୟ ହୋଇଥିଲା। ଏହାପୂର୍ବରୁ ଗୁଜରାଟ ବିଜେପି ସଭାପତି ସିଆର ପାଟିଲ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା, ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଉପସ୍ଥିତିରେ ସାତ କିଲୋମିଟର ତ୍ରିରଙ୍ଗା ରାଲିରେ ଭାଗ ନେଇଥିଲେ।

Comments are closed.