ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ
ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର ଖୁଣ୍ଟଗାଁ ଗ୍ରାମରେ ଘରୋଇ କଳିକୁ ନେଇ ଅଘଟଣ। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି। ଖୁଣ୍ଟଗାଁ ଗ୍ରାମର ବିଶେଶ୍ୱର କୁମୁରା ଏବଂ ବାଣେଶ୍ୱର କୁମୁରା ଦୁଇ ଭାଇ ଏକଠି ରହୁଥିବାବେଳେ ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ମଧ୍ଯରେ ଝଗଡା ହୋଇଥିଲା।
ଯେଉଁଥିରେ ବଡ଼ ଭାଇ ବାଣେଶ୍ୱର ଏକ ଟାଙ୍ଗିଆ ସାହାଯ୍ୟରେ ସାନ ଭାଇ ବିଶେଶ୍ୱରକୁ ହାଣି ହତ୍ୟା କରିଥିଲା । ପରେ ସେଠାରୁ ଫେରରା ହେଉଥିବା ବେଳେ ଗ୍ରାମବାସୀ ତାକୁ କାବୁ କରି ଅଟକ ରଖିଥିଲେ । ଆଜି ସକାଳୁ ପୋଲିସ ପହଂଚି ତାକୁ ଗାଡ଼ିରେ ନେଇଥିବାବେଳେ ଘଟଣା ଉପରେ ପୋଲିସ ଅଧିକ ତଦନ୍ତ କରୁଛି ।
Comments are closed.