୪ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୪ରେ କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥର ମୌସୁମୀ ବିଳମ୍ବରେ ଆସିବାକୁ ଥିବା ବେଳେ ଏହା ଉପରେ ଏଲ ନିନୋର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଜୁନ୍‌ ମାସରେ ସମଗ୍ର ଦେଶରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

କେରଳ ଛୁଇଁବାର ୧୦ ଦିନ ପରେ ସାଧାଣତଃ ମୌସୁମୀ ଓଡ଼ିଶାକୁ ଆସିଥାଏ। ତେଣୁ ଜୁନ ୪ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଜୁନ ୧୪ ଅର୍ଥାତ ରଜ ବେଳକୁ ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

 

ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା।

ବିଭାଗ କହିଛି ଯେ ୪ ମୌସୁମୀ କେରଳ ଛୁଇଁବାକୁ ଥିଲେ ହେଁ ଜୁନ୍‌ରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ। କିନ୍ତୁ ଏହାପରେ ମୌସୁମୀ ପିକ୍‌ରେ ପହଞ୍ଚିବ। ତେଣୁ ଜୁନରୁ ସେପ୍ଟେମ୍ବର ଯାଏ ବର୍ଷାକୁ ଦେଖିଲେ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ। ଲଙ୍ଗ ପରିୟଡ ଆଭରେଜ(ଏଲପିଏ) ବା ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ୯୬% ବର୍ଷା ହେବ। ଏହା ୪% ଅଧିକ କିମ୍ବା କମ ହୋଇପାରେ। ଏପରି ସ୍ଥିତି ଉପୁଜିଲେ ଏହାକୁ ସ୍ୱାଭାବିକ ବର୍ଷା ବୋଲି ବିବେଚନା କରାଯିବ।

Comments are closed.