ମାଙ୍କଡ କାମୁଡାରେ ଲୋକେ ଆହତ
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାରେ ମାଙ୍କଡ଼ ଆତଙ୍କ। ଗତ ୩ ଦିନ ମଧ୍ୟରେ ଜଳେଶ୍ୱର ଥାନା ଅନ୍ତର୍ଗତ ବାରମାଇଲ ଗାଁରେ ମାଙ୍କଡ଼ ଆକ୍ରମଣରେ ୮ଜଣ ଆହତ ହୋଇଛନ୍ତି।
ଆହତମାନଙ୍କୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଛନ୍ତି। ଆହତମାନେ ହେଲେ ରମେଶ ଚନ୍ଦ୍ର ଦାସ, ବିଷ୍ଣୁପ୍ରିୟା ଦାସ, ଅନ୍ନପୂର୍ଣ୍ଣା ପାତ୍ର, ଜାହ୍ନବୀ ଦାସ, କନକ ଲତା ଦାସ, ଦେବ ବ୍ରତ କାମିଳା ଓ ଘଣ୍ଟିଆ ମହୁର
ଭୁବନେଶ୍ୱର: ଖୁବ୍ଶୀଘ୍ର ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି। ରଜରେ ଭିଜିବ ସାରା ଓଡ଼ିଶା। ୪ରୁ ୫ ଦିନ
ମାଙ୍କଡ଼କୁ ଘଉଡାଇବା ପାଇଁ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବନ ବିଭାଗ ଏପର୍ଯ୍ୟନ୍ତ ଗାଁରେ ପହଞ୍ଚି ନାହିଁ। ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ଏକ ପାତି ମାଙ୍କଡ଼ ଘରେ ଓ ଦୋକାନରେ ପଶି ଜିନିଷ ପତ୍ର ନଷ୍ଟ କରୁଛି। ଏହା ସହ ଗୋଡ଼ାଇ ଗୋଡ଼ାଇ ସମସ୍ତଙ୍କୁ କାମୁଡ଼ିଛି।
Comments are closed.