୭ ଛୁଇଁଲା, ମଙ୍କିପକ୍ସ ଆକ୍ରାନ୍ତ
ନୂଆଦିଲ୍ଲୀ : ମାଡି ଚାଲିଛି ମଙ୍କିପକ୍ସ ଭୂତାଣୁ। କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ୩୦ ବର୍ଷିୟ ଯୁବକ ଏହି ଭାଇରସ୍ରେ ସଂକ୍ରମିତ ହୋଇଥିବା ନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଜର୍ଜ ସୂଚନା ଦେଇଛନ୍ତି।
ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍ ଅଞ୍ଚଳର। ସେ ୨୭ ଜୁଲାଇରେ ୟୁଏଇରୁ କୋଝିକୋଡ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ଆସିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା। ଏହାପରେ ବିମାନ ବନ୍ଦରରେ ତାଙ୍କ ଟେଷ୍ଟିଂ କରାଯାଇଥିଲା। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ଚିକିତ୍ସା ପରେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।
Comments are closed.