ମଙ୍କିପକ୍ସ ନେଇ ସତର୍କବାଣୀ

ନୂଆଦିଲ୍ଲୀ: ମଙ୍କିପକ୍ସ ନେଇ କେନ୍ଦ୍ରର ସତର୍କବାଣୀ। ମଙ୍କିପକ୍ସ ଭାଇରସ୍‌କୁ ନେଇ ସତର୍କ ରହିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ଯେଉଁ ଯାତ୍ରୀମାନେ ବାହାର ଦେଶରୁ ଆସୁଛନ୍ତି ସମସ୍ତଙ୍କର ସ୍କ୍ରିନିଂ କରି ଛାଡ଼। ଆବଶ୍ୟକ ପଡ଼ିଲେ ଆଇସୋଲେସନରେ ରଖ। ଏ ନେଇ ରାଜ୍ୟ, ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଭାଗ ପକ୍ଷରୁ ବିମାନ ବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା ପରେ ଏହି ପରାମର୍ଶ ଦିଆଯାଇଛି। ବାହାର ଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂକୁ ନିଶ୍ଚିତ କରିବା ପାଇଁ କୁହାଯାଇଛି। ଫଳରେ ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇ ପାରିବ। କେରଳରେ ମଙ୍କିପକ୍ସର ଦ୍ୱିତୀୟ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି।

Comments are closed.