ଚିତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ କୁନୋ ଚିତା ପ୍ରକଳ୍ପ ବିଫଳ ହେବାର ଆଶଙ୍କା ଦେଖାଦେଇଛି । ଗତ ୧୦ ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ୮ଟି ଚିତା ମୃତ୍ୟୁ ଘଟଣା କୁନୋ ଜାତୀୟ ଉଦ୍ୟାନରେ ଚିତା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହାକୁ ଦୃଷ୍ଟିରେ ରଖି ବୁଧବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଏକ ବୈଠକ ଡକାଇଛନ୍ତି । ସେ କୁନୋରେ ଚିତାମାନଙ୍କର ସ୍ଥିତି ସମୀକ୍ଷା କରିବେ । ଚିତାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ମଧ୍ୟପ୍ରଦେଶର ଶିଓପୁରସ୍ଥିତ କୁନୋ ପାଲପୁର ଜାତୀୟ ଉଦ୍ୟାନକୁ ବାଛିଥିଲେ। କିନ୍ତୁ ବ୍ୟାପକ ବ୍ୟବସ୍ଥା ସତ୍ତ୍ୱେ ଚିତାମାନେ ସୁରକ୍ଷିତ ନୁହଁନ୍ତି । ଗତ ଏକ ମାସ ମଧ୍ୟରେ ହିଁ ୨ଟି ଚିତା ମୃତ୍ୟୁବରଣ କରିଛନ୍ତି ।

ସେପଟେ କେନ୍ଦ୍ର ସରକାର ୫ ଜଣିଆ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ତାହାକୁ କୁନୋ ପଠାଇଛନ୍ତି । ଏହି ଟିମ୍ ରେ ଗୁଜୁରାଟରୁ ମୋହନ ରାମ, ଓଡ଼ିଶାରୁ ମନୋଜ ନାୟାର ଏବଂ କର୍ଣ୍ଣାଟକରୁ ଦୀପ କଣ୍ଟ୍ରାକ୍ଟର ଓ ଏନ୍ ଏସ୍ କିଶୋର ରହିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ମୁରଲୀ ଓ ଭି ହରିନୀ ମଧ୍ୟ କୁନୋରେ ଯାଞ୍ଚ କରିବେ। କେନ୍ଦ୍ର ସରକାର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ କୁନୋ ଉପରେ ନିରନ୍ତର ନଜର ରଖିବାକୁ ଦାୟିତ୍ୱ ଦେଇଛନ୍ତି ।

Comments are closed.