ମିତାଲି ରାଜ୍‌ଙ୍କ ବାୟୋପିକ୍‌ ‘ସାବାସ୍‌ ମିତୁ’ର ଟ୍ରେଲର ରିଲିଜ୍‌

ରଶ୍ମି ରକେଟ୍‌, ସୁରମା ଓ ସାଣ୍ଡ୍‌ କି ଆଖଁ ପରେ ବଲିଉଡ୍‌ ଅଭିନେତ୍ରୀ ତାପ୍‌ସୀ ପନ୍ନୁ ଏବେ ଏକ ନୂଆ ପ୍ରେରଣାଦାୟୀ ଖେଳାଳିଙ୍କ କାହାଣୀ ସହ ବଡ଼ ପରଦାକୁ ଫେରୁଛନ୍ତି। ଏଥରକ ତାପ୍‌ସୀ ପନ୍ନୁ ଜଣାଶୁଣା ପୂର୍ବ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌ଙ୍କ ବାୟୋପିକ ସହ ଫିଲ୍ମ ହଲ୍‌କୁ ଧମାଲ କରିବାକୁ ଆସୁଛନ୍ତି। ତାପ୍‌ସୀଙ୍କ ନୂଆ ଫିଲ୍ମ ‘ସାବାସ୍‌ ମିତୁ’ର ଟ୍ରେଲର ଆଜି ଜାରି କରାଯାଇଛି। ଏହି ଫାଷ୍ଟ ଲୁକ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି।

ସାବାସ୍‌ ମିତୁରେ ତାପ୍‌ସୀ ପନ୍ନୁଙ୍କୁ ମିତାଲି ରାଜ୍‌ଙ୍କ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ସେ ପରଦାରେ ମିତାଲଙ୍କ ପିଲା ବେଳଠୁ କ୍ରିକେଟ୍‌ ଦୁନିଆ ପର୍ଯ୍ୟନ୍ତ ପୂରା ଯାତ୍ରା ଦେଖାଇବେ। ପ୍ରକାଶ ଯେ ମିତାଲି ରାଜ୍‌ ଚଳିତ ମାସ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

ମିତାଲି ରାଜ୍‌ଙ୍କ ଜୀବନୀ ଉପରେ ଆଧାରିତ ସାବାସ୍‌ ମିତୁରେ ତାଙ୍କ ଜର୍ସିକୁ ମଧ୍ୟ ପ୍ରଦର୍ଶନ କରାଯାଇଛି। ତାପ୍‌ସୀ ପନ୍ନୁ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଛନ୍ତି। ଟ୍ରେଲରରେ ତାଙ୍କ ପରିଶ୍ରମ ନଜର ଆସିଛି। ଟ୍ରେଲର ଆରମ୍ଭରେ ମିତାଲି ରାଜ୍‌ଙ୍କ ନାଁର ଇଣ୍ଡିଆନ୍‌ ଜର୍ସି ନଜର ଆସୁଛି। ତା’ ପରେ ତାଙ୍କ ପିଲା ବେଳ ଓ କ୍ରିକେଟ୍‌ ଖେଳ ପ୍ରତି ପାଗଳାମୀ ଦେଖିବାକୁ ମିଳିଛି।

Comments are closed.