ବଧୂ ଖୋଜିଲେ ମିକା ସିଂ

ବଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଗାୟକ ମିକା ସିଂ ନିଜ ପାଇଁ ବଧୂ ଖୋଜିସାରିଛନ୍ତି। କନ୍ୟା ଖୋଜିବା ପାଇଁ ଟିଭିରେ ମିକା ସ୍ୱୟମ୍ବର ‘ମିକା ଦି ବୋଟି’ ଆରମ୍ଭ କରିଥିଲେ। ଆଉ ଏବେ ମିକାଙ୍କୁ ତାଙ୍କ ବଧୂ ମିଳିଯାଇଛନ୍ତି। ଯାହାଙ୍କ ସହିତ ମିକା ଘର ସଂସାର ଆରମ୍ଭ କରିବେ, ସେ ହେଉଛନ୍ତି ଆକାଂକ୍ଷା ପୁରୀ। ଆକାଂକ୍ଷା ପୁରୀ ମିକାଙ୍କ ହୃଦୟ ଜିତିଛନ୍ତି।

ଆକାକ୍ଷା ଏବଂ ମିକା ବହୁତ ଭଲ ବନ୍ଧୁ। ଦୁହେଁ ପରସ୍ପରକୁ ଅନେକ ବର୍ଷରୁ ଜାଣିଛନ୍ତି। ଆକାଂକ୍ଷା ‘ମିକା ଦି ବୋଟି’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ସେଠାରେ ପହଞ୍ଚିବା ମାତ୍ରେ ଟପ୍-୩ରେ ପହଞ୍ଚିଥିଲେ। ବର୍ତ୍ତମାନ ମିକା ତାଙ୍କୁ ଜୀବନସାଥୀ ଭାବରେ ନିଜ ପାଇଁ ବାଛିଛନ୍ତି । ବିଗ୍ ବସ୍-୧୩ର ପୂର୍ବତନ ପ୍ରତିଯୋଗୀ ପାରାସ୍ ଛାବ୍ରାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଆକାଂକ୍ଷା ପୁରୀ।

Comments are closed.