ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ, ପ୍ରଧାନ ଶିକ୍ଷକ ନିଲମ୍ବିତ
ଯାଜପୁର : ନିରୀହ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିଦେଇଥିଲେ। ଏପରିକି ସହାୟତା ଅର୍ଥ ରାଶିକୁ ବି ହଡ଼ପ କରିଦେଲେ। ହେଲେ ତନାଘନା ପରେ ପଦାକୁ ଆସିଲା ସତ । ଆଉ ତଦନ୍ତ ପରେ ନିଲମ୍ବିତ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଏପରି ଘଟଣା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୁଆଁରପୁର ନୋଡାଲ ଉଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି। ନିଲମ୍ବିତ ଶିକ୍ଷକଜଣକ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକ ।
କୋଭିଡ କଟକଣା ବେଳେ ୨୦୨୦–୨୧ ଓ ୨୨ ମସିହା ଯାଏ ଆସିଥିବା ମଧ୍ୟାହ୍ନ ଭୋଜନ ଅର୍ଥକୁ କିଛି ବାଣ୍ଟି ବାକି ସ୍କୁଲ କର୍ତ୍ତୃପକ୍ଷ ହରିଲୁଟ କରିଥିବା ଅଭିଯୋଗ ଆଣିଥିଲେ ଅଭିଭାବକ । ଏହି ଘଟଣାକୁ ନେଇ କିଛି ଦିନ ପୂର୍ବେ ତାତିଥିବା ଅଭିଭାବକ ପ୍ରଥମେ ପ୍ରଧାନ ଶିକ୍ଷକ ପରେ ବିଇଓଙ୍କୁ ଘଣ୍ଟା ଘଣ୍ଟା ଅଟକାଇଥିଲେ । କୋଭିଡ ସମୟରେ ସରକାର ୧୦ କିସ୍ତି ଆକାରରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଅର୍ଥ ଓ ଚାଉଳ ପ୍ରଦାନ କରିଥିଲେ । କିନ୍ତୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ ନାୟକ ୪ କିସ୍ତି ଅର୍ଥ ଓ ଚାଉଳ ଦେଇଥିବା ବେଳେ ବାକି କୁଆଡେ ଗଲା ତାହା ତୁରନ୍ତ ପ୍ରଦାନ କରିବାକୁ ଦାବୀ କରି ବିଇଓଙ୍କୁ ଘେରାଉ କରିଥିଲେ ଗ୍ରାମବାସୀ ।
Comments are closed.