ଆମ୍ବର ଦାମ ଅଢ଼େଇରୁ ୩ ଲକ୍ଷ ଟଙ୍କା

ପଦ୍ମପୁର: ଦୁଇ ଦିନ ପରେ ସାବିତ୍ରୀ। ଏଣୁ ବଜାରରେ ଫଳ ଦର ଉଚ୍ଚା ରହିଛି। ଅନ୍ୟାନ୍ୟ ଫଳ ସହିତ ଆମ୍ବ ଦର ମଧ୍ୟ ମହଙ୍ଗା ରହିଛି। କିଛି ଆମ୍ବ କିଲୋ ପ୍ରତି ୧୦୦ ଟଙ୍କାରେ ମିଳୁଥିବା ବେଳେ ଆଉ କିଛି ୧୨୦ କିମ୍ବା ୧୪୦ରେ ମିଳୁଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବରଗଡ଼ରେ ଜଣେ ଚାଷୀଙ୍କ ବାଡ଼ିରେ ଯେଉଁ ଆମ୍ବ ଫଳିଛି ତା’ର କିଲୋପ୍ରତି ଦର ହେଉଛି ଅଢ଼େଇ ଲକ୍ଷ ଟଙ୍କା। ଏହି ଆମ୍ବର ନାଁ ମିଆଜାକି।

ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ନିଲାଥର ଗାଁର ଚାଷୀ ଚନ୍ଦ୍ର ସତ୍ୟନାରାୟଣଙ୍କ ବାଡ଼ିରେ ଫଳିଛି ମିଆଜାକି ଆମ୍ବ। ସତ୍ୟନାରାୟଣ ଜାପାନିଜ୍ ବ୍ରିଡ୍ ମିଆଜାକି ସହିତ ଆଇସ ବକ୍ସ ପ୍ରଜାତିର ଆମ୍ବ ଗଛ ଲଗାଇଛନ୍ତି।

ଏହି ଆମ୍ବଗୁଡ଼ିକୁ ୩ ବର୍ଷ ଯାଏ କୋଲ୍ଡଷ୍ଟୋରରେ ରଖାଯାଇପାରିବ। ମିଆଜାକି ଆମ୍ବର ବଜାର ମୂଲ୍ୟ କିଲୋପ୍ରତି ଅଢ଼େଇରୁ ୩ ଲକ୍ଷ ଟଙ୍କା ରହିଛି। ଏହି ଆମ୍ବରେ ବହୁ ଔଷଧୀୟ ଗୁଣ ସହ ଭିଟାମିନ୍ସ, ବିଟାକାରୋଟିନ୍ ଓ ଫଲିକ ଏସିଡ ରହିଛି।

Comments are closed.