ଡ଼ାକ୍ତରଖାନାରୁ ସବ ଆଣିବା ପାଇଁ ଭିକ ମାଗୁଛନ୍ତି ଦମ୍ପତି
ସମସ୍ତୀପୁର: ଏକ ସରକାରୀ ଡାକ୍ତରଖାନାରୁ ପୁଅର ଶବ ଆଣିବା ପାଇଁ ଏକ ବୟସ୍କ ଦମ୍ପତି ବିହାରର ସମସ୍ତୀପୁରରେ ଦ୍ବାର ଦ୍ବାର ବୁଲି ଟଙ୍କା ମାଗୁଛନ୍ତି। ପୁଅର ଶବ ନେବା ପାଇଁ ଡାକ୍ତରଖାନାର କର୍ମଚାରୀମାନେ କୁଆଡ଼େ ତାଙ୍କୁ ୫୦,୦୦୦/- ଟଙ୍କା ମାଗୁଛନ୍ତି।
ତାଙ୍କ ନିକଟରେ ଅର୍ଥ ନ ଥିବାରୁ ସେମାନେ ସହରର ବାଟଘାଟରେ ବୁଲି ଟଙ୍କା ମାଗୁଛନ୍ତି। ଦମ୍ପତି ଭିକ୍ଷାମାଗୁଥିବାର ଦୃଶ୍ୟ ଥିବା ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍।
କିଛି ଦିନ ହେବ ପୁଅ ନିଖୋଜ ହୋଇଯାଇଥିଲା ବୋଲି ବାପା ମହେଶ ଠାକୁର କହିଛନ୍ତି। ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ ମହେଶ କହିଛନ୍ତି, କିଛି ଦିନ ପୂର୍ବେ ମୋ ପୁଅ ନିଖୋଜ ହୋଇଯାଇଥିଲା। ସମସ୍ତୀପୁରର ସର୍ଦାର୍ ହସ୍ପିଟାଲ୍ରେ ପୁଅର ଶବ ଅଛି ବୋଲି ଏବେ ମୁଁ ଫୋନ୍ କଲ୍ ପାଇଲି। ପୁଅର ଶବ ନେବା ପାଇଁ ୫୦,୦୦୦/- ଟଙ୍କା ଆଣିବା ପାଇଁ ହସ୍ପିଟାଲ୍ର ଜଣେ କର୍ମଚାରୀ କହିଛନ୍ତି। ଆମେ ଗରିବ ଲୋକ, ଏତେ ଟଙ୍କା କୁଆଡୁ ଆଣିବୁ?
Comments are closed.