କାହିଁକି ଏମିତି କହିଲେ ମେହେବୁବ ମୁଫତି,ଜାଣନ୍ତୁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ କାର୍ଯ୍ୟ ପୂରଣ କରିବାର ମାତ୍ର କିଛି ମିନିଟ ପରେ ରାମନାଥ କୋବିନ୍ଦଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ଆଜି ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ହେବା ସହ ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ପୂର୍ବତନ ରାଷ୍ଟ୍ରପତି ହେବା ମାତ୍ରେ ତାଙ୍କୁ ଟାର୍ଗେଟ କହିଛନ୍ତି ମୁଫତି। ଭାରତୀୟ ସମ୍ବିଧାନକୁ କ୍ଷତି ପହଞ୍ଚାଇ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜେପିର ରାଜନୀତିକ ଏଜେଣ୍ଡାକୁ ପୂରଣ କରିଥିବା ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ବିଦାୟୀ ରାଷ୍ଟ୍ରପତି ଏମିତ ଏକ ପରମ୍ପରା ପଛରେ ଛାଡ଼ି ଯାଇଛନ୍ତି ଯେଉଁଠି ଭାରତର ସମ୍ବିଧାନକୁ ବହୁତ ଥର କ୍ଷତି ପହଞ୍ଚା ଯାଇଛି। ଧାରା ୩୭୦ର ଉଚ୍ଛେଦ ହେଉ କିମ୍ବା ସିଏଏ ଲାଗୁ। ସେହିପରି ଲଜ୍ଜାହୀନ ଭାବେ ସଂଖ୍ୟାଲଘୁ ଓ ଦଳିତଙ୍କୁ ଟାର୍ଗେଟ କରାଯିବା ଘଟଣାରେ ସେ(ରାମନାଥ କୋବିନ୍ଦ) ସମ୍ବିଧାନର ମୂଲ୍ୟବୋଧକୁ ଉଲ୍ଲଙ୍ଘନ କରି ବିଜେପିର ରାଜନୀତିକ ଏଜେଣ୍ଡାକୁ ପୂରଣ କରିଛନ୍ତି।”
ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ଚାଇନା ରାଷ୍ଟ୍ରପତି, କହିଲେ ମିଳିମିଶି କାମ କରିବା
ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ମଧ୍ୟ ମୁଫତି ବିରୋଧ କରିଥିଲେ। ସେ ଗୋଟିଏ ଭିଡିଓ ଜାରି କରି କହିଥିଲେ ଯେ “ଜମ୍ମୁ-କଶ୍ମୀର ପ୍ରଶାସନ ଯେଉଁଭଳି ଭାବେ ଶିକ୍ଷାର୍ଥୀ, ଦୋକାନୀ ଓ କର୍ମଚାରୀମାନଙ୍କୁ ତ୍ରିରଙ୍ଗା ଲଗାଇବାକୁ ବାଧ୍ୟ କରୁଛି, ସେଥିରୁ ଲାଗୁଛି ଯେ ଜମ୍ମୁ-କଶ୍ମୀର ଗୋଟିଏ ଶତ୍ରୁ ଦେଶ ଓ ଏହାକୁ କବଜା କରିବାକୁ ଉଦ୍ୟମ କରାଯାଉଛି। ଦେଶଭକ୍ତି ଆପେଆପେ ଆସେ, ଏହାକୁ ବାଧ୍ୟ କରି କେହି ଲାଗୁ କରିପାରିବେ ନାହିଁ।”
Comments are closed.