ଆଜି ହେବ କଡା ଟକ୍କର
ଫ୍ଲୋରିଡା: ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ସିରିଜର ଆଜି ଚତୁର୍ଥ ମ୍ୟାଚ୍ ଆମେରିକାର ଫ୍ଲୋରିଡାରେ ଏହି ମ୍ୟାଚ ଖେଳାଯିବ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଦୁଇଟି ମ୍ୟାଚ୍ ଜିତି ଭାରତ ୨-୧ରେ ଆଗୁଆ ରହିଛି। ଆଜିର ମ୍ୟାଚ ଜିତି ପୁରା ସିରିଜ କବ୍ଜା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ। ରେକର୍ଡ ଅନୁସାରେ ଏହି ଗ୍ରାଉଣ୍ଡରେ ଯିଏ ପ୍ରଥମେ ବ୍ୟାଟିଂ କରିଛି, ତାର ଜିତିବାର ସମ୍ଭାବନା ଅଧିକ। ତେଣୁ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଏଠାରେ ୧୮୦-୧୮୫ ରନ୍ ଭଲ ସ୍କୋର ବୋଲି ଧରାଯାଏ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଟିମ୍ କମ୍ବିନେଶନ ଚୂଡ଼ାନ୍ତ କରିବାକୁ ଚେଷ୍ଟା କରିବ ଭାରତ । ଏଥିସହିତ ବ୍ୟାଟିଂର ମିଡିଲ ଅର୍ଡର ସମସ୍ୟାର ସମାଧାନ ମଧ୍ୟ କରିବାକୁ ପଡ଼ିବ ।
ସଂଧ୍ୟା ୮ଟାରୁ ଆରମ୍ଭ ହେବ ମ୍ୟାଚ୍। ଏହା ପୂର୍ବରୁ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ୬ ୱିଇକେଟରେ ବାଜି ମାରି ଓ୨-୧ରେ ଆଗୁଆ ରହିଛି। ଉଭୟ ଦେଶର ଭିସା ସମସ୍ୟା ସମାଧାନ ହେବା ପରେ ଫ୍ଲୋରିଡା ଟକ୍କର ଲାଗି ପ୍ରସ୍ତୁତ ହେଉଛନ୍ତି। ଏହି ସିରିଜ୍ ହାତେବାକୁ ଭାରତ ପାଖରେ ଯଥେଷ୍ଟ ସୁଯଯୋଗ ରହିଛି।
Comments are closed.