ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ
ପୋର୍ଟ ଅଫ୍ ସ୍ପେନ୍ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ପୋର୍ଟ ଅଫ୍ ସ୍ପେନ୍ରେ ଖେଳାଯିବ। ଏହି ସିରିଜ୍ ପାଇଁ ଭାରତ ପକ୍ଷରୁ ଏହାର ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ନିୟମିତ ଅଧିନାୟକ ତଥା ଓପ୍ନର ରୋହିତ ଶର୍ମାଙ୍କୁ ଏହି ସିରିଜ୍ରୁ ବିଶ୍ରାମ ଦିଆଯାଇଛି।
ଦ୍ୱିତୀୟଥର ପାଇଁ ଭାରତୀୟ ଦଳର ଅଧିନାୟକତ୍ୱ ପାଇଥିବା ଶିଖର ଧାଓ୍ବନଙ୍କ ଲାଗି ମଧ୍ୟ ଏହା କୌଣସି ଚ୍ୟାଲେଞ୍ଜରୁ କମ୍ ନୁହେଁ। ରୋହିତ୍ଙ୍କ ବ୍ୟତୀତ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶ୍ପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ରିଷଭ ପନ୍ତଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଭାରତୀୟ ଦଳ ଏହି ଗସ୍ତରେ ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ୍ ଖେଳିବ। ଟି୨୦ ବିଶ୍ୱକପ୍ ଆଗକୁ ଥିବାରୁ ଟି୨୦ ସିରିଜର ଗୁରୁତ୍ୱ ରହିଛି।
ଭାରତ ଏବଂ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ତ୍ରିନିଦାଦର ପୋର୍ଟ ଅଫ ସ୍ପେନର କ୍ୱିନ୍ସପାର୍କ ଓଭାଲରେ ଖେଳାଯିବ। ଭାରତୀୟ ସମୟ ସା ୭ଟାରେ ଆରମ୍ଭ ହେବ ଏବଂ ଟସ ୬.୩୦ରେ ପଡିବ। ଫାନକୋଡ ୱେବସାଇଟ ଏବଂ ଏହାର ଆପରେ ଲାଇଭ୍ ଷ୍ଟ୍ରିମିଂ ହେବ। ଏହାସହ ଡିଡି ସ୍ପୋର୍ଟସରେ ପ୍ରସାରିତ ହେବ।
Comments are closed.