ରାଜଧାନୀରେ ମାସ୍କ ବାଧ୍ୟତାମୂଳକ

କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଯଦି ଏହାକୁ କିଏ ନ ମାନେ ତେବେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଡିଡିଏମଏ ପକ୍ଷରୁ ଏକ ବୈଠକ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏପ୍ରିଲ ୨୦୨୨ରୁ ମାସ୍କ ଅବିନାର୍ଯ୍ୟ କରିଦେଇଥିଲେ। ଯାହାପରେ ଲୋକମାନେ ମାସ୍କ ବ୍ୟବହାର କରିବା କମ୍‌ କରିଦେଇଥିଲେ। ଏବେ କରୋନା ମାମଲା ବଢିବାରୁ ସରକାର ପୁଣି ମାସ୍କ ବାଧ୍ୟତାମୂଳକ କରିଛନ୍ତି।

 

ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ଦିଲ୍ଲୀରେ କରୋନା ମାମଲା ବଢୁଥିବା ଦେଖି ଏଭଳି ନିୟମ ଜାରି କରିଛନ୍ତି। କରୋନା ମାମଲା ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀଙ୍କୁ ଯାଞ୍ଚ କରିବା ସହିତ ଟିକାକରଣ ଉପରେ ଜୋର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଯେଉଁ ସ୍କୁଲରେ ପିଲା କରୋନା ସଂଗ୍ରମଣ ହୋଇଛନ୍ତି, ସେହି ସ୍କୁଲରେ ସେହି କ୍ଲାସ୍‌କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୬୩୨ ନୂଆ ମାମଲା ଦେଖିବାକୁ ମିଳିଛି। ହସପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବହୁତ କମ୍‌ ରହିଥିବା ବେଳେ କୌଣସି ମୃତ୍ୟୁ ସାମ୍ନାକୁ ଆସିନାହିଁ।

Comments are closed.