ସହୀଦ ଭାଇ ହାତରେ ଭଉଣୀ ବାନ୍ଧିଲା ରାକ୍ଷୀ
ଯୋଧପୁର: ଗତକାଲି ସମଗ୍ର ଦେଶରେ ପାଳିତ ହୋଇଛି ରାକ୍ଷୀ ପୂର୍ଣ୍ଣିମା। ଭଉଣୀମାନେ ବର୍ଷ ସାରା ଏହି ଦିନଟିକୁ ବେଶ୍ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। ଭାଇ ହାତରେ ରାକ୍ଷୀ ବାନ୍ଧି ପ୍ରତିବଦଳରେ ଢେର ଭଲ ପାଇବା ଓ ଉପହାର ପାଇଥାନ୍ତି। ଭାଇଠୁ ମିଳିଥାଏ ସାରା ଜୀବନ ସବୁ ବିପଦଆପଦରେ ଛିଡ଼ା ହେବାର ପ୍ରତିଶ୍ରୁତି। ହେଲେ ଏବେ ରାଜସ୍ଥାନର ରାକ୍ଷୀ ପୂର୍ଣ୍ଣିମାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।
ଯେଉଁ ଫଟୋ ଆପଣଙ୍କୁ ପ୍ରଥମେ ଏକ ସାଧାରଣ ଫଟୋ ପରି ଲାଗିବ । କିନ୍ତୁ ତା’ ମର୍ମ କଥା ବୁଝିଲେ ଆପଣ ନିଜ ଲୁହକୁ ରୋକି ପାରିବେନି । ଏହି ଫଟୋରେ ଜଣେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଉଛି ତାହା ସତ, କିନ୍ତୁ ପ୍ରତିବଦଳରେ ଭଉଣୀକୁ ଉପହାର ଦେବାକୁ ଉଠୁନି ଭାଇର ହାତ । ଭଉଣୀକୁ ରକ୍ଷା କରିବାର ପ୍ରତିଶ୍ରୁତି ବି ଦେଇପାରୁନି ଭାଇ। କାରଣ ଭାଇ ହୋଇ ଯାଇଛି ନିଶ୍ଚଳ । ମହିଳାଜଣକ ଯେଉଁ ହାତରେ ରାକ୍ଷୀ ପିନ୍ଧାଉଛନ୍ତି ତାହା ତାଙ୍କ ଭାଇର ହାତ ନୁହେଁ, ଉକ୍ତ ହାତଟି ତାଙ୍କ ଭାଇଙ୍କ ପ୍ରତିମୂର୍ତ୍ତିର ।
Comments are closed.