ମନୀଷଙ୍କ ବିଦେଶ ଗସ୍ତରେ ଲାଗିଲା ରୋକ୍
ନୂଆଦିଲ୍ଲୀ: ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ତାଙ୍କ ବିଦେଶ ଗସ୍ତ ଉପରେ ଲାଗିଲା ପ୍ରତିବନ୍ଧକ। ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଏହି ସର୍କୁଲାରରେ ସେହି ସମସ୍ତ ବ୍ୟକ୍ତିଙ୍କ ନାଁ ରହିଛି ଯେଉଁମାନଙ୍କ ବିରୁଦ୍ଧରେ ସିବିଆଇ FIR ରୁଜୁ କରିଛି। ଏହି ନୋଟିସ ଜାରି ହେବା ପରେ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ଆଉ ଦେଶ ଛାଡି ବିଦେଶକୁ ଯାଇ ପାରିବେ ନାହିଁ । ଯଦି ସେ ଏହାକୁ ଅବମାନନା କରନ୍ତି ତେବେ ତାଙ୍କୁ ଗିରଫ କରାଯିବ।
ତେବେ ସିବିଆଇ ଦ୍ୱାରା ଜାରି କରାଯାଇଥିବା ନୋଟିସ୍ରେ ମୁମ୍ବାଇର ଏଣ୍ଟରଟେନମେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓ ବିଜୟ ନାୟରଙ୍କ ନାଁ ସାମିଲ ନାହିଁ। ପ୍ରକୃତରେ ବିଜୟ ନାୟାର ତାଙ୍କ ବ୍ୟକ୍ତିଗତ କାମ ପାଇଁ ଦେଶ ବାହାରେ ଅଛନ୍ତି। ଶନିବାର ଦିନ ନାୟାର ଏକ ବିବୃତ୍ତି ଜାରି କରି କହିଥିଲେ ଯେ ମୁଁ ଦେଶ ଛାଡି ପଳାଇ ନାହିଁ କିନ୍ତୁ ମୋର ବ୍ୟକ୍ତିଗତ କାମ ଯୋଗୁ ବାହାରକୁ ଆସିଛି।
Comments are closed.