କାଳି ଫିଲ୍ମ ପାଇଁ ମୁଁହ ଖୋଲିଲେ ମମତା
କୋଲକାତା: ପ୍ରାମାଣିକ ଫିଲ୍ମ ‘କାଳୀ’ର ବିବାଦୀୟ ପୋଷ୍ଟରକୁ ନେଇ ଝଡ଼ ଥମୁନଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। କାହିଁକି କିଛି ଲୋକ ନକରାତ୍ମକ ପ୍ରସଙ୍ଗକୁ ନେଇ ଏତେ ବିବାଦ ସୃଷ୍ଟି କରନ୍ତି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ବେଳେ ବେଳେ ମୋତେ ଲାଗେ, ଯେ କୌଣସି ନକରାତ୍ମକ ପ୍ରସଙ୍ଗରେ ଆମେ ଜାଣିଶୁଣି ଏହାକୁ ଆହୁରି ବିବାଦୀୟ କରିବାକୁ ଲାଗିପଡ଼ୁ। କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମର ଛାତ୍ରମାନଙ୍କୁ କ୍ରେଡିଟ୍ କାର୍ଡ଼ ବଣ୍ଟନ ଅବସରରେ ଏହା କହିଛନ୍ତି ମମତା ବାନାର୍ଜୀ। ଆମେ କାମ କଲା ବେଳେ କିଛି ଭୁଲ ହେବା ସ୍ୱାଭାବିକ। କିନ୍ତୁ ସେଗୁଡ଼ିକୁ ସଜଡ଼ାଯାଇ ପାରିବ।
କିଛି ଲୋକ କିଛି ଭଲ କାମ ଦେଖିପାରନ୍ତି ନାହିଁ, ସେମାନେ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇ ଉଠନ୍ତି। ନକରାତ୍ମ ଆମ ବ୍ରେନ୍ ସେଲକୁ ପ୍ରଭାବ ପକାଥାଏ। ତେବେ ସର୍ବଦା ସକରାତ୍ମକ ଭାବିବା ଉଚିତ ବୋଲି ମମତା କହିଛନ୍ତି। ‘କାଳୀ’ ଫିଲ୍ମର ଆପତ୍ତିଜନକ ପୋଷ୍ଟରକୁ ନେଇ ବିରୋଧ ହେବା ପରେ ଟିଏମସି ଏମପି ମହୁଆ ମୋଇତ୍ରା ଏହି ବିବାଦରେ ଆହୁରି ଘିଅ ଢ଼ାଳିଥିଲେ।
Comments are closed.