ଶିବସେନା ପାଇଁ ମମତାଙ୍କ ଦରଦ

ଗୌହାଟି: ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଜାରି ରହିଛି। ଗୌହାଟିର ଶିବସେନାର ବିଦ୍ରୋହୀ ନେତା ରହୁଥିବା ହୋଟେଲ ବାହାରେ ଆଜି ସକାଳେ ତ୍ରୁଣମୂଳ କଂଗ୍ରେସ(ଟିଏମସି) କର୍ମୀମାନେ ବି‌କ୍ଷୋଭ କରିଛନ୍ତି। ଆସାମ ଟିଏମସି ନେତା ରିପୁନ ବୋରାଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ। ପରିସ୍ଥିତିକୁ ଦେଖି ପୁଲିସ ଅଧିକ ସତର୍କ ହୋଇଛି ବିକ୍ଷୋଭକାରୀମାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଉଦ୍ୟମ କରିଛି। ଆଜି ସକାଳେ ଟିଏମସି କର୍ମୀମାନେ ବିଜେପି ବିରୋଧରେ ନାରାବାଜି କରିଥିଲେ। ମହାରାଷ୍ଟ୍ରର ଶିବସେନା ସରକାରକୁ ଭାଙ୍ଗିବା ପାଇଁ ବିଜେପି ସବୁ ପ୍ରକାର ଶକ୍ତିକୁ ବିନିଯୋଗ କରିଥିବା ସ୍ଥାନୀୟ ଟିଏମସି ଅଭିଯୋଗ କରିଛି ।

ଟିଏମସି କହିଛି ଯେ, ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆସାମ ସରକାରଙ୍କ ନିଘା ନାହିଁ। ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟାରେ ୫୫ ଲକ୍ଷ ପ୍ରଭାବିତ ହୋଇଛନ୍ତି।  ବ୍ରହ୍ମପୁତ୍ର ଏବଂ ବାରାକ ନଦୀରେ ଆସିଥିବା ବନ୍ୟା ଯୋଗୁ  ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏଁ ବନ୍ୟାରେ ୮୯ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି। ହେଲେ ବନ୍ୟା ବିପନ୍ନଙ୍କକୁ ସହାୟତା ବଦଳରେ ବିଜେପି ଘୃଣ୍ୟ ରାଜନୀତିରେ ମାତିଥିବା ଟିଏମସି କହିଛି।  ଗୌହାଟିର ରାଡିସିନ ବ୍ଲୁ ହୋଟେଲ ସମ୍ମୁଖରେ ଟିଏମସି ନେତାମାନେ ଏକାଠି ହୋଇ ବିଜେପି ବିରୋଧରେ ସ୍ଳୋଗାନ ଦେଇଛନ୍ତି।

Comments are closed.