ଫଡନାଭିସ ନୁହେଁ ଏକନାଥ ହେବେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଆସିଛି ଏକ ନାଟକୀୟ ପରିବର୍ତ୍ତନ । କିଛି ସମୟ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ବିଜେପି ନେତା ଦେବେନ୍ଦ୍ର ଫଡନବୀସ ସଂଧ୍ୟା ୭ଟା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କିନ୍ତୁ ନିଜେ ଫଡନବୀସ ଘୋଷଣା କରିଛନ୍ତି ଯେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ହିଁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ । ସେ ଆଜି ସଂଧ୍ୟା ସାଢେ ୭.୩୦ଟା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
ଏହା ପୂର୍ବରୁ ଆଜି ଅପରାହ୍ଣରେ ଦେବେନ୍ଦ୍ର ଫଡନବୀସ ଓ ଏକନାଥ ସିନ୍ଦେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ ।କନାଥଙ୍କ ସହ ୩୯ ଶିବସେନା ବିଧାୟକଙ୍କ ସମର୍ଥନ ରହିଛି । ସେମାନଙ୍କୁ ୧୦୪ ବିଧାୟକ ଥିବା ବିଜେପି ସମର୍ଥନ ଘୋଷଣା କରିଛି । ଏହା ସହିତ ଏହି ମେଣ୍ଟକୁ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମଧ୍ୟ ସମର୍ଥନ ଘୋଷଣା କରିଛି ।
ବୁଧବାର ରାତିରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଥିଲେ । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଥିଲା।
Comments are closed.