ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ
ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନର ୪୧ ଦିନ ପରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ। ୫୦-୫୦ ଫର୍ମୁଲାରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ। ବହୁ ମାନସ ମନ୍ଥନ ପରେ ଶପଥ ନେଲେ ବିଜେପିର ୯ ଓ ସିନ୍ଦେ ଗୋଷ୍ଠୀର ୯ ବିଧାୟକ। ବିଜେପିରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧିର ମୁନଙ୍ଗତିବାର, ରାଧା କୃଷ୍ଣ ବିଖେ ପାଟିଲ, ଗିରିଶ ମହାଜନ, ସୁରେଶ ଖାଡେ, ରବିନ୍ଦ୍ର ଚହ୍ୱାଣ, ମଙ୍ଗଲ ପ୍ରଭାତ, ବିଜୟ କୁମାର ଗବିତ ଓ ଅତୁଲ ସାୱେ ଶପଥ ନେଇଛନ୍ତି।
ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀରୁ ଦାଦାଜୀ ଦଗଡୁ ଭୁସେ, ଉଦୟ ସାମନ୍ତ, ଗୁଲାବରାଓ ପାଟିଲ, ତାନାଜୀ ସାୱନ୍ତ, ସଞ୍ଜୟ ରାଠୋର ଓ ସନ୍ଦୀପ ଭୁମରେ, ଅବଦୁଲ ସତାର, ଦୀପକ କେସରକର୍ ଥ ଶମ୍ଭୁରାଜେ ଦେସାୟୀ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ରାଜନୀତିକ ହଟଚମଟ: ଦିନକରେ କରୋନାରୁ ସୁସ୍ଥ ହୋଇଗଲେ ବାଚସ୍ପତି!
ପାଟନା: ଦିନକ ଭିତରେ କରୋନା ପଜିଟିଭରୁ ନେଗେଟିଭ ହୋଇଯାଇଛନ୍ତି ବିହାର ବିଧାନସଭାର ବାଚସ୍ପତି ତଥା ବିଜେପି ନେତା ବିଜୟ କୁମାର…
ଉଲ୍ଲେଖଯୋଗ୍ୟ, ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରି ଶିବସେନାର ଅନ୍ୟ ବିଧାୟକଙ୍କ ସହ ମିଶି ଉଦ୍ଧବ ଠାକରେଙ୍କ ସରକାରକୁ ଭାଙ୍ଗି ଦେଇଥିଲେ। ଏହାପରେ ଜୁନ୍ ୩୦ରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବିଜେପି ସହ ମିଶି ସେ ମହାରାଷ୍ଟ୍ରରେ ଗଠନ କରିଥିଲେ ସରକାର। ବିଜେପିର ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ସେବେଠାରୁ ସିନ୍ଦେ ଓ ଫଡନାଭିସଙ୍କ ମଧ୍ୟରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ବିସ୍ତାରକୁ ନେଇ ବହୁ ଆଲୋଚନା ହୋଇଥିଲା। ବାରମ୍ବାର ଦିଲ୍ଲୀ ଗସ୍ତ କରିଥିଲେ ଦୁଇ ନେତା। ବିରୋଧୀ ମଧ୍ୟ ସରକାର ଗଠନର ଏତେ ଦିନ ପରେ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇନଥିବା ଯୋଗୁ ଟାର୍ଗେଟ୍ କରୁଥିଲେ ।
Comments are closed.