ମହାରାଷ୍ଟ୍ର ରାଜ୍ୟପାଳ ବୟାନକୁ ନେଇ ତେଜୁଛି ବିବାଦ

ମୁମ୍ବାଇ: ବିବାଦରେ ମହାରାଷ୍ଟ୍ର ରାଜ୍ୟପାଳ। ଭଗତ ସିଂହ କୋଶିଆରୀଙ୍କ ଏକ ବୟାନକୁ ନେଇ ଆରମ୍ଭ ହୋଇଛି ହଙ୍ଗାମା। ମୁମ୍ବାଇରେ ମରାଠାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏଥିସହ ରାଜ୍ୟପାଳଙ୍କ ବିରୋଧରେ ନାରାବାଜି କରିଛନ୍ତି।

ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ କହିଛନ୍ତି ଯେ ‘ଯଦି ଗୁଜୁରାଟୀ ଏବଂ ରାଜସ୍ଥାନୀଙ୍କୁ ମୁମ୍ବାଇ ଏବଂ ଥାନାରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡିଯିବ। ଆର୍ଥିକ ରାଜଧାନୀ ବୋଲାଉଥିବା ମୁମ୍ବାଇରୁ ଏହି ଟ୍ୟାଗ୍‌ ହଟିଯିବ।’ ରାଜ୍ୟପାଳଙ୍କ ଏହି ବୟାନକୁ ତୁମ୍ବିତୋଫାନ ଆରମ୍ଭ ହୋଇଛି।

ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ‘ରାଜ୍ୟପାଳ ଯେପରି କହିଛନ୍ତି ତାହା ବେଶ୍‌ ନିନ୍ଦନୀୟ। ମହାରାଷ୍ଟ୍ରର ଲୋକମାନେ ମୁମ୍ବାଇ ପାଇଁ ରକ୍ତ ଓ ଝାଳ ବୁହାଇଛନ୍ତି। ସବୁ ଜିନିଷକୁ ଟଙ୍କା ଦ୍ୱାରା ଓଜନ କରାଯାଏ ନାହିଁ।’

Comments are closed.