ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରେମରେ ୨ପିଲାଙ୍କ ମାଆ
ବିଶାଖାପଟନମ: ଜଣେ ୩୦ ବର୍ଷୀୟ ମହିଳା ୮ମ ଶ୍ରେଣୀ ପଢ଼ୁଥିବା ୧୫ ବର୍ଷୀୟ ପିଲାକୁ ପ୍ରେମ କରି ତାଙ୍କ ସହ ଫେରାର ହୋଇ ଯାଇଛନ୍ତି। ଫେରାର ହୋଇ ଯାଇଥିବା ମହିଳାଙ୍କର ୨ଟି ପିଲା ମଧ୍ୟ ରହିଛନ୍ତି। ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଗୁଡିଭାଡା ସହରରେ ରୁହଥିଲେ। ସେ ରହୁଥିବା ଘର ପାଖରେ ୧୫ ବର୍ଷୀୟ ଛାତ୍ର ଜଣଙ୍କ ମଧ୍ୟ ରୁହନ୍ତି। ତେବେ ଏହି ରହିବା ଓ ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଉଭୟ ଅନେକ ସମୟ ଏକାଠି ବିତାନ୍ତି। ହେଲେ ମହିଳା ଜଣଙ୍କ ବିବାହିତ ଓ ତାଙ୍କ ବୟସ ୩୦ ହୋଇଥିବାରୁ କେହି ବି ସେମାନଙ୍କ ସମ୍ପର୍କକୁ ଖରାପ ନଜରରେ ଦେଖୁ ନଥିଲେ।
Comments are closed.