ବୋହୂ ଓ ଦୁଇ ନାତିଙ୍କ ମାଡ଼ରେ ବୃଦ୍ଧା ଗୁରୁତ୍ଵର। ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ

0

ବୃଦ୍ଧା ମାଆର କରୁଣ କାହାଣୀ,ଦୁଇ ବୋହୂ ଓ ନାତି ବାରମ୍ବାର ଦେଉଛନ୍ତି ଅକଥନୀୟ ଅତ୍ୟାଚାର।ବୋହୂ ଓ ଦୁଇ ନାତିଙ୍କ ମାଡ଼ରେ ୭୫ବର୍ଷୀୟ ବୃଦ୍ଧା ଗୁରୁତ୍ଵର।ବୃଦ୍ଧାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ।ଘଟଣାର ତଦନ୍ତ କରୁଛି ଅଭୟଚାନ୍ଦପୁର ପୋଲିସ।ଏପରି ଘଟଣା ଘଟିଛି କୁଜଙ୍ଗ ବ୍ଲକ ପାରାଦ୍ଵୀପ ଗଡ଼ ପଞ୍ଚାୟତ ରଙ୍ଗିଆଗଡ଼ ଗ୍ରାମରେ।ତେବେ ରଙ୍ଗିଆଗଡ଼ ଗ୍ରାମର ସ୍ୱୋର୍ଗତ ଭୋଳୀ ସେଠୀଙ୍କ ପତ୍ନୀ ନିର୍ମଳା ସେଠୀ(୭୫)ଙ୍କୁ ବଡ଼ ବୋହୂ କଲ୍ୟାଣୀ ସେଠୀ,ପୁଅ ଲକି ସେଠୀ,ଭିକି ସେଠୀ ଓ ସାନ ବୋହୂ ସସ୍ମିତା ସେଠୀ ବାରମ୍ୱାର ନିର୍ଯାତନା ଦେଇଆସୁଥିବା ବେଳେ ଗତକାଲି ରାତିରେ ଅଶୀଳ ଭାଷାରେ ଗାଳିଗୁଲଜ କରି ଅକଥନୀୟ ଅତ୍ୟାଚାର ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ।ମାତ୍ର ସାନ ପୁଅ ଘରକୁ ଆସିବା ପରେ କାନ୍ଦି କାନ୍ଦି ବୃଦ୍ଧା ମା ଜଣକ ସବୁ ପଖାଣୀ ଥିଲେ।ସବୁ ଜାଣିବା ପରେ ବୃଦ୍ଧା ନିର୍ମଳାଙ୍କ ସାନ ପୁଅ ସୁରେନ୍ଦ୍ର ପଚାରିବାରୁ ସେମାନେ କହିଥିଲେ ଆମ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ,ଯଦି ଆମକୁ ଏ ବିଷୟରେ କିଛି କୁହ ତାହାଲେ ମାଆ ପୁଅ ଦୁହିଁଙ୍କୁ ଜୀବନରେ ମାରି ଟ୍ରେନ୍ ଲାଇନକୁ ଫୋଫାଡି ଦେବୁ।ତେବେ ବୃଦ୍ଧା ଜଣକ ଭୟଭୀତ ହୋଇ ସ୍ଥାନୀୟ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି। ତେବେ ୭୫ବର୍ଷୀୟ ବୃଦ୍ଧାଙ୍କୁ ଏପରି ମାଡ଼ ମାରିବା ଘଟଣାରେ ଅଭୟଚାନ୍ଦପୁର ପୋଲିସ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଜଗତସିଂହପୁରରୁ ସୁବ୍ରତ ମଲ୍ଲିକଙ୍କ ରିପୋର୍ଟ ମହକ୍ ନିୟୁଜ୍।

Leave A Reply

Your email address will not be published.