କଣ କହିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ ,ଜାଣନ୍ତୁ
ନୂଆଦିଲ୍ଲୀ: ଅନ୍ତର୍ବାସ କିଣିବାକୁ ଯାଇଥିଲି ବୋଲି ଦିଲ୍ଲୀ ଗସ୍ତ ବିଷୟରେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେବା ବେଳେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ଭାଇ ତଥା ‘ଜେଏମ୍ଏମ୍’ ବିଧାୟକ ବସନ୍ତ ସୋରେନ୍ ବୁଧବାର ଦିନ କହିଛନ୍ତି।ରାଜ୍ୟରେ ରାଜନୈତିକ ଅସ୍ଥିରତା ଉପୁଜି ଥିବା ବେଳେ ‘ଅନ୍ତର୍ବାସ ଖରିଦ କରିବାକୁ ଦିଲ୍ଲୀ ଯାଇଥିଲି’ ବୋଲି କହି ବସନ୍ତ ସୋରେନ୍ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ଗୋଟିଏ ପକ୍ଷ ମଧ୍ୟରେ (ଦୁଇ ସପ୍ତାହ) ଦୁମକା ନିର୍ବାଚନ ମଣ୍ଡଳୀରେ କ୍ରମାଗତ ଭାବେ ୨ଜଣ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କର ଅନୁପସ୍ଥିତି ବିଷୟରେ ସାମ୍ବାଦିକମାନେ ପଚାରିବାରୁ ସେ କହିଲେ, ମୋର ଅନ୍ତର୍ବାସ ନ ଥିଲା। ତେଣୁ, ଅନ୍ତର୍ବାସ ଖରିଦ କରିବା ଲାଗି ଦିଲ୍ଲୀ ଯାଇଥିଲି। ଦିଲ୍ଲୀରୁ ମୁଁ ଅନ୍ତର୍ବାସ କିଣିଲି।
ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିବା କଥାକୁ ସ୍ବୀକାର କରିବା ସହ ଦୁମକା ବିଧାୟକ ବସନ୍ତ ଗୁରୁତ୍ବ ଦେଇ କହିଛନ୍ତି ଯେ, ଏବେ ରାଜ୍ୟରେ ସ୍ଥିରତା ଆସିଯାଇଛି।
ବସନ୍ତ ସୋରେନ୍ଙ୍କ ‘ଅନ୍ତର୍ବାସ’ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଗୋଡ୍ଡା ‘ବିଜେପି’ ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ, ଏଭଳି ମନ୍ତବ୍ୟ ପୀଡ଼ିତାମାନଙ୍କ ପରିବାର ପ୍ରତି କ୍ରୂରତା।
Comments are closed.