ମନ୍ କୀ ବାତ୍ ରେ କଣ କହିଲେ ଆଜି, ଜାଣନ୍ତୁ
ନୂଆଦିଲ୍ଲୀ: ‘ଜି୨୦’ର ଅଧ୍ୟକ୍ଷତା ଆମ ପାଇଁ ଏକ ସୁଯୋଗ ଓ ଗୌରବର କଥା ବୋଲି ଆଜି ‘ମନ୍ କୀ ବାତ୍’ର ୯୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଛନ୍ତି। ସୁଦୂର ତେଲେଙ୍ଗାନାରୁ ଆସିଥିବା ଗୋଟାଏ ବିଶେଷ ଉପହାର ପ୍ରସଙ୍ଗ ଦର୍ଶାଇ ଆଜି ପ୍ରଧାନମନ୍ତ୍ରୀ ‘ମନ୍ କୀ ବାତ୍’ ଆରମ୍ଭ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ କହିଲେ, ‘ଜି୨୦’ର ଅଧକ୍ଷତା ଭାରତ ପାଇଁ ଗୋଟାଏ ବଡ଼ ସୁଯୋଗ। ଏହା ଉପରେ ଗୁରୁତ୍ବାରୋପ କଲା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ବିଶ୍ବ ଏକ ପ୍ରତିବଦ୍ଧତା ପାଇଁ ଆମର ପ୍ରତିବଦ୍ଧତାକୁ ଆମର ମନ୍ତ୍ର ‘ବସୁଧୈବ କୁଟୁମ୍ବକମ୍’ ପ୍ରତିପାଦିତ କରୁଛି। ଭାରତ ‘ଜି୨୦’ ଅଧ୍ୟକ୍ଷତା ପାଇଥିବାରୁ ନିଜ ନିଜର ଆନନ୍ଦ ବ୍ୟକ୍ତ କରି ସମଗ୍ର ଦେଶରୁ ଅନେକ ଲୋକ ମୋ ନିକଟକୁ ପତ୍ର ଲେଖିଛନ୍ତି। ‘ଅମୃତକାଳ’ ଚାଲିଥିବା ବେଳେ ଭାରତ ଏଭଳି ଦାୟିତ୍ବ ପାଇଛି। ସେ ଶାନ୍ତି, ଏକତା ଅଥବା ନିରନ୍ତର ବିକାଶ ହେଉ ଆମକୁ ବିଶ୍ବ କଲ୍ୟାଣ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏ ସବୁ କ୍ଷେତ୍ରରେ ଥିବା ସମସ୍ୟା ନିମନ୍ତେ ଭାରତ ନିକଟରେ ସମାଧାନର ଉପାୟ ରହିଛି। ଆମେ ଏହାର ‘ଥିମ୍’ ରଖିଛୁ: ଏକ ବିଶ୍ବ, ଏକ ପରିବାର, ଏକ ବଭିଷ୍ୟତ।
ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟାର ବିକାଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଡ୍ରୋନ୍ ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଉନ୍ନତି କରିଚାଲିଛି। ‘ବିକ୍ରମ-ଏସ୍’ ଉତ୍କ୍ଷେପଣ ସହିତ ମହାକାଶ କ୍ଷେତ୍ରରେ ଘରୋଇ ସଂସ୍ଥାନ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ବିତ କରିଛି। ଘରୋଇ କମ୍ପାନି ଏହାର ଡିଜାଇନ୍ ଓ ବିକାଶ କରିଛନ୍ତି। ଏଥିରେ କେତେଗୁଡ଼ିଏ ନୂଆ ବୈଶିଷ୍ଟ୍ୟ ରହିଛି।
ଏଥିରେ ଭାରତ ଓ ଭୁଟାନ୍ ମିଳିତଭାବେ ନିର୍ମାଣ କରିଥିବା ଗୋଟାଏ ସାଟେଲାଇଟ୍ ମଧ୍ୟ ଉତ୍କ୍ଷେପଣ କରାଯାଇଛି। ଏହି ସାଟେଲାଇଟ୍ ଯେଉଁ ‘ହାଇରିଜୋଲ୍ୟୁସନ୍’ର ଚିତ୍ର ପଠାଇବ ତାହା ଭୁଟାନ୍ ପାଇଁ ଖୁବ୍ ଉପାଦେୟ ହେବ। ଏହି ସାଟେଲାଇଟ୍ ଉତ୍କ୍ଷେପଣ ଭାରତ ଓ ଭୁଟାନ୍ର ସୁଦୃଢ଼ ସମ୍ପର୍କର ସଙ୍କେତ।
Comments are closed.