ଲାଇଭ କନସର୍ଟ ବେଳେ ଅଚାନକ ଚାଲିଗଲା ଲୋକପ୍ରିୟ ଗାୟକଙ୍କ ଜୀବନ
ଆଉ ନାହାନ୍ତି ଲୋକପ୍ରିୟ ଗାୟକ କେକେ ଓରଫ୍ କ୍ରିଷ୍ଣାକୁମାର କୁନଠ। ୫୩ ବର୍ଷ ବୟସରେ ତାଙ୍କ ମୃତ୍ୟୁ ଘଟିଛି। ଆଜି କଲିକତାରେ ଏକ ଷ୍ଟେଜରେ ଗୀତ ଗାଉଥିବା ବେଳେ ତାଙ୍କ ଦେହାନ୍ତ ହୋଇଛି। ତେବେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ଅଛି।
ସୂଚନାଯୋଗ୍ୟ ଯେ କେକେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି। ତାଙ୍କ ସୁପରହିଟ ଗୀତ ମଧ୍ୟରେ ଦିଲ ଇବାଦତ, ଆଖୋ ମେ ତେରୀ, ତୁନେ ମାରି ଏଣ୍ଟ୍ରି, ଜରା ସି ଦିଲ ମେ, ଖୁଦା ଜାନେ କି ମେ ଫିଦା ଆଦି ରହିଛି। ଆଜି ତାଙ୍କର ଏଭଳି ଅଚାନକ ମୃତ୍ୟୁରେ ଫ୍ୟାନମାନେ ସ୍ତବ୍ଧ ହୋଇଯାଇଛନ୍ତି।
Comments are closed.