ଦେଶରେ ମନ୍ଦିର-ମସଜିଦକୁ ନେଇ ବିବାଦ ବଢିବାରେ ଲାଗିଛି
ଦେଶରେ ମନ୍ଦିର-ମସଜିଦକୁ ନେଇ ବିବାଦ ବଢିବାରେ ଲାଗିଛି
ବେଙ୍ଗାଲୁରୁ: ଦେଶରେ ମନ୍ଦିର-ମସଜିଦକୁ ନେଇ ବିବାଦ ଲାଗତର ଭାବେ ବୃଦ୍ଧି ପାଉଛି। ଜ୍ଞାନବାପୀ ମାମଲା ମଧ୍ୟରେ କର୍ଣ୍ଣାଟକର ମାଙ୍ଗାଲୋରରେ ଏବେ ଏକ ନୂଆ ବିବାଦ ଉପୁଜିଛି। ମାଙ୍ଗାଲୋରରେ ଥିବା ଏକ ପୁରୁଣା ଜାମା ମସଜିଦ ତଳୁ ହିନ୍ଦୁ ମନ୍ଦିର ଭଳି ଡିଜାଇନ୍ ମିଳିଥିବା ଦାବି ହୋଇଛି। ସେଠାରେ ବିଶ୍ୱ ହିନ୍ଦୁ ପରିଷଦ ଏକ ଅନୁଷ୍ଠାନ କରିବାକୁ ଯାଉଛି। ଏହି କାରଣରୁ ବିବାଦ ଯେପରି ଆଗକୁ ନ ବଢ଼ି ହିଂସାର ରୂପ ନ ନିଏ ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିର ଠାରୁ ୫୦୦ ମିଟର ବ୍ୟାପୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।
ବୁଧବାର ରାତିରୁଏହି ୧୪୪ ଧାରା ଲାଗୁ ହେବ। ଆସନ୍ତାକାଲି ସନ୍ଧ୍ୟା ୮ ଯାଏ ଏହା ବଳବତ୍ତର ରହିବ। ମସଜିଦ ହେବା ପୂର୍ବରୁ ଏହା ହିନ୍ଦୁ ମାନଙ୍କର ମନ୍ଦିର ଥିଲା ବୋଲି ହିନ୍ଦୁ ସଙ୍ଗଠନ ଦାବି କରୁଛି । ଏହାକୁ ନେଇ ଜାମା ମସଜିଦର ଦସ୍ତାବିଜ୍ ଯାଞ୍ଚ କରି ଏହାର ବାସ୍ତବତା ଖୋଜିବାକୁ ହିନ୍ଦୁ ସଙ୍ଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ପାଖରେ ଅପିଲ କରାଯାଇଛି ।
Comments are closed.