କପିଲ୍‌ ଶର୍ମାଙ୍କ ହଟ୍‌ ଲୁକ୍‌

କମେଡି ଦୁନିଆରେ ଢେର୍‌ ନାଁ କମାଉଛନ୍ତି କମେଡିଆନ୍‌ କପିଲ୍‌ ଶର୍ମା। ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦ କପିଲ୍‌ ଶର୍ମା ଶୋ’କୁ ସେ ହୋଷ୍ଟ୍‍ କରି ଥାଆନ୍ତି। ଏବେ ଖବର ଆସୁଛି କି, ଦ କପିଲ୍‌ ଶର୍ମା ଶୋ’ର ନୂଆ ସିଜନ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଯାହାକୁ ନେଇ ଫ୍ୟାନମାନେ ବେଶ୍‌ ଉତ୍ସାହୀ ଅଛନ୍ତି। ଇତି ମଧ୍ୟରେ କପିଲ୍‌ ନିଜର ନୂଆ ଲୁକ୍‌ ଜାରି କରି ଫ୍ୟାନମାନଙ୍କୁ ମତୁଆଲା କରି ଦେଇଛନ୍ତି।

କମେଡିଆନ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ୍‍ ସେୟାର କରିଛନ୍ତି। ଏଥିରେ ସେ ନିଜର ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ନୂଆ ସିଜନ୍‌, ନୂଆ ଲୁକ୍‌’। ଦ କପିଲ୍‌ ଶର୍ମା ଶୋ’ର ନୂଆ ସିଜନ୍‌ରୁ କପିଲ୍‌ ନିଜର ନୂଆ ଅବତାର ଦେଖାଇଛନ୍ତି, ଯେଉଁଥିରେ ସେ ବହୁତ ହ୍ୟାଣ୍ଡ୍‌ସମ ଦେଖା ଯାଉଛନ୍ତି।

ଦିନ ଥିଲା, ଯେବେ କପିଲ୍‌ ନିଜର ଅନ୍‌ହେଲ୍‌ଦି ବଡିକୁ ନେଇ ନିଜକୁ ହିଁ ଟ୍ରୋଲ କରୁଥିଲେ, ଆଉ ଏବେ ତାଙ୍କର ଏହି ଟ୍ରାନ୍ସଫର୍ମେସନ ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବ୍ଲାକ୍‌ ଜିନ୍ସ ଓ ଟି-ଶାର୍ଟ ସହିତ ହ୍ଵାଇଟ୍‌ ବ୍ଲେଜରରେ କପିଲ ଶର୍ମା ବହୁତ ଆକର୍ଷକ ଲାଗୁଛନ୍ତି। ସେ ବ୍ଲାକ୍‌ ଶୁଜ୍‌ ଓ ଗଗଲ୍ସରେ ନିଜ ଲୁକ୍‌କୁ ଷ୍ଟାଇଲିସ୍‌ କରିବା ସହିତ ସାଇଡ୍‌ ପୋଜ୍‌ରେ ଚାର୍ମିଂ ଲାଗୁଛନ୍ତି।

Comments are closed.