୫୧ ବର୍ଷରେ ପାଦ ଦେଲେ ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ୫୧ ବର୍ଷରେ ପାଦ ଦେଇଛନ୍ତି। ତାଙ୍କୁ ୫୦ ବର୍ଷ ପୂରଣ ହେବା ଖୁସିରେ ରାଜ୍ୟରେ ଉତ୍ସବର ମାହୋଲ୍ଲ ଦେଖାଦେଇଛି। କିଏ ବୁଲଡୋଜରରେ ଆଳତି କରିଛି ତ ଆଉ କିଏ କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡ଼ୁ ବାଣ୍ଟୁଛି।

ଆଜି ବାରଣାସୀରେ ହିନ୍ଦୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତା ଗଙ୍ଗା ଆଳତି ବେଳେ ବୁଲଡୋଜରରେ ଆଳତି କରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଜନ୍ମ ଦିନ ପାଳନ କରିଛନ୍ତି। ସେହିପରି ଅଯୋଧ୍ୟାରେ ମଧ୍ୟ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ସମେତ ଅନେକ ନେତା ଟ୍ଵିଟ୍‌ କରି ସିଏମ୍‌ ଯୋଗୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।

ଜନ୍ମ ଦିନ ଓ ବିଶ୍ୱ ପରିବେଶ ଦିବସ ଅବସରରେ ଯୋଗୀ ଗୋରଖପୁର ମନ୍ଦିର ପରିସରରେ ବୃକ୍ଷରୋପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦୀର୍ଘାୟୁ ଓ ସୁସ୍ଥତା କାମନା କରି ଅଯୋଧ୍ୟାରେ ସନ୍ଥମାନେ ପୂଜାର୍ଚ୍ଚନା କରିଛନ୍ତି।

ଯୋଗୀଙ୍କ ଜନ୍ମ ଦିନରେ ୫୧୦୦ କେଜି ଲଡୁ ତିଆରି କରାଯାଉଛି। ଆଜି ଯୋଗୀଙ୍କୁ ୫୧ ବର୍ଷ ହୋଇଥିବାରୁ ସେହି ଖୁସିରେ ୫୧୦୦ କିଲୋଗ୍ରାମ୍‌ର ଲଡ଼ୁ ପ୍ରସ୍ତୁତ କରାଯାଉଛି। ଏହି ଲଡ଼ୁକୁ ବିଜେପି ସାଂସଦ ବ୍ରଜ ଭୂଷଣ ଶରଣ ସିଂଙ୍କ ବିଧାୟକ ପୁଅ ପ୍ରତୀକ ଭୂଷଣ ସିଂହ ତିଆରି କରୁଛନ୍ତି। ସେ ଆୟୋଜନ କରୁଥିବା କାର୍ଯ୍ୟକ୍ରମରେ ୫ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ଜଣାଯାଇଛି। ଏହି ୫୧ କ୍ୱିଣ୍ଟାଲ ଲଡୁକୁ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯିବ।

ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି- ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶରେ ପ୍ରଗତି ଏକ ନୂଆ ଶିଖରରୁ ଛୁଇଁଛି। ଯୋଗୀ ଜଣେ ଡାଇନାମିକ୍‌ ମୁଖ୍ୟମନ୍ତ୍ରୀ। ତାଙ୍କୁ ଜନ୍ମ ଦିନର ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା। ତାଙ୍କ ଦୀର୍ଘ ଜୀବନ କାମନା କରୁଛି।

Comments are closed.