ସୁପ୍ରମକୋର୍ଟ ରାୟଙ୍କୁ ପୁରୀ ବିଧାୟକଙ୍କ ସ୍ବାଗତ

ପୁରୀ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନକୁ ସୁପ୍ରିମ୍‌ କୋର୍ଟ ରଦ୍ଦ କରିବା ଏ୍ସପେରିମେଣ୍ଟ୍ ପରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଗୋଟେ ଜିନିଷକୁ ଅଧାଗଢ଼ା କରି ଛାଡି ଦେବା ଠିକ ନୁହେଁ ଏହା ମନ୍ଦିର ପ୍ରତି ବିପଦ। ପ୍ରକଳ୍ପକୁ କେହି ବିରୋଧ କରିନାହାନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିବା ଉଚିତ।ଆମ ପାର୍ଟି ଏବଂ ମୋର ଷ୍ଟାଣ୍ଡ କ୍ଳିଅର ଥିଲା। ଆମେ ବିକାଶକୁ ବିରୋଧ କରୁନଥିଲୁ, ଆମ ପାର୍ଟି କହିଥିଲା ନିୟମ ଭିତରେ କାର୍ଯ୍ୟ କରାଯାଉ। ଏଭଳି ପରିସ୍ଥିତିରେ କାମ ବନ୍ଦ କରିବା ଉଚିତ ନଥିଲା। ତେଣୁ ଶୀଘ୍ର କାମ ଶେଷ କରାଯାଉ।

ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟ ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଖଣ୍ଡପୀଠ କହିଛନ୍ତି- ନିକଟ ଅତୀତରେ ଜନସ୍ବାର୍ଥ ମାମଲା ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ସେଥିରୁ ଅନେକ ପିଟିସନ୍‌ ହୁଏ ତ ପ୍ରଚାର କେନ୍ଦ୍ରିକ ଅଥବା ବ୍ୟକ୍ତିଗତ ସ୍ବାର୍ଥ ବିଜଡ଼ିତ। ଅଦାଲତଙ୍କ ସମୟ ନଷ୍ଟ କରୁଥିବାରୁ ଆମେ ଏଭଳି ପିଟିସନ୍‌ ଦାଏର ପ୍ରଥାକୁ ଅଗ୍ରାହ୍ୟ କରୁଛୁ। ତେଣୁ, ଏଭଳି ପିଟିସନ୍‌ଗୁଡ଼ିକୁ ମୂଳରୁ ନିପାତ କଲେ ମାମଲା ଆଗକୁ ବଢ଼ି ପାରିବ ନାହିଁ।

Comments are closed.